Videos
|
Odisha

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points

୪ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସମୀକ୍ଷା


4 ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସମୀକ୍ଷା। ଅବିଭକ୍ତ କୋରାପୁଟ ଜିଲ୍ଲା ଅଧୀନରେ ଥିବା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଏହି 4ଟି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଜି କୋରାପୁଟରେ ବସିବ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ଏହି 4ଟି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି, ଭବିଷ୍ୟତ ଯୋଜନା, ଜାତୀୟ ଶିକ୍ଷାନୀତିର କାର୍ଯ୍ୟାନ୍ବୟନ, ଭିତ୍ତିଭୂମି ଉନ୍ନୟନ, ନୂଆ ପାଠ୍ୟକ୍ରମ, ଜାତୀୟ ଶିକ୍ଷାନୀତି ଆଧାରରେ ସ୍ଥାନୀୟ ମୌଳିକ ଶିକ୍ଷାକୁ କେମିତି ସାମିଲ କରାଯିବ ସେ ସବୁ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ। 


ଏହି ବୈଠକରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ରାଜ୍ୟର ଦୁଇ ଶିକ୍ଷାମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କେନ୍ଦ୍ର ଶିକ୍ଷା ବିଭାଗର ସଚିବଙ୍କ ସହ ରାଜ୍ୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଏହି ବୈଠକରେ ସାମିଲ ହେବେ। ସ୍ଥାନୀୟ ଶିକ୍ଷାବିତ୍, ବୁଦ୍ଧିଜୀବୀମାନଙ୍କୁ ନେଇ ଏହି ବୈଠକରେ ଆଲୋଚନା ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
union-education-minister-reviews-education-system-in-undivided-koraput-district | Argus News