ସମ୍ବଲପୁର IIM ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଵେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points
୩ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର IIM ଅଡିଟୋରିୟମରେ ଆୟୋଜିତ ସକ୍ଷମ କାର୍ଯ୍ୟକ୍ରମରେ ଯୋଗଦେଵେ
କେନ୍ଦୁପତ୍ର ତୋଳାଳି କାର୍ଯ୍ୟକ୍ରମରେ ସାମିଲ୍ ହେଵେ
ରେଙ୍ଗାଳିଠାରେ ରେଡିଓ ମନ୍ଥନ ୯୧.୬ ଷ୍ଟେସନ ଉଦଘାଟନ କରିବେ
ଜେଲ ଛକରେ ଆମ୍ବ ବିକ୍ରି ଷ୍ଟଲର ଶୁଭାରମ୍ଭ କରିଵେ ଧର୍ମେନ୍ଦ୍ର
ଅଲ୍ ଇଣ୍ଡିଆ ଚାଟାର୍ଡ ଆକାଉଣ୍ଟଟାଣ୍ଟ ଇନଷ୍ଟିଚିଉସନ୍ ପକ୍ଷରୁ ସବ ରିଜିଓନାଲ କନଫରେନ୍ସ 2025 ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ନା ସକ୍ଷମ ରଖାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ପଂଚାୟତ ରାଜ ମନ୍ତ୍ରୀ ରବି ନାୟକଙ୍କ ସହ ଆଇସିଏଆଇ ର ସଦସ୍ୟଙ୍କ ସହ ବିଭିନ୍ନ ସ୍ଥାନରୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ମାନେ ଯୋଗ ଦେଇଛନ୍ତି।
୩ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଆଇଆଇଏମ୍ ଅଡିଟୋରିୟମରେ ଆୟୋଜିତ ସକ୍ଷମ କାର୍ଯ୍ୟକ୍ରମରେ ଯୋଗ ଦେଵେ । ମଧ୍ୟାନ୍ନ ୧୨ଟାରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଅଡିଟୋରିୟମରେ ସ୍ବାବଳମ୍ବୀ କେନ୍ଦୁପତ୍ର ତୋଳାଳି କାର୍ଯ୍ୟକ୍ରମରେ ସାମିଲ୍ ହେଵେ । ସେହିପରି ଅପରାହ୍ନରେ ରେଙ୍ଗାଳିଠାରେ ରେଡିଓ ମନ୍ଥନ ୯୧.୬ ଷ୍ଟେସନ ଉଦଘାଟନ କରିବେ । ସଂଧ୍ୟାରେ ସହରର ଜେଲ ଛକରେ ଆମ୍ବ ବିକ୍ରି ଷ୍ଟଲର ଶୁଭାରମ୍ଭ କରିଵେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।