ଜନସମସ୍ୟାକୁ ପ୍ରାଥମିକତା ଏବଂ ଗରିବଙ୍କ ସ୍ୱାର୍ଥ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ

Key Points
ସୁବିଧା ଅନୁସାରେ ଜମି ଅଧିଗ୍ରହଣ ଓ ଅଧିକ କ୍ଷତିପୂରଣ ପାଇଁ ନିଆଯିବ ପଦକ୍ଷେପ ।
ଅନୁଗୋଳରେ MCLର RPDAC ବୈଠକରେ କୋଇଲା ଉତ୍ପାଦନ ଉପରେ ଧର୍ମେନ୍ଦ୍ରଙ୍କ ଆଲୋଚନା ।
ଅନୁଗୋଳରେ MCLର RPDAC ବୈଠକରେ କୋଇଲା ଉତ୍ପାଦନ ଉପରେ ଧର୍ମେନ୍ଦ୍ରଙ୍କ ଆଲୋଚନା । ଜନ ସମସ୍ୟାକୁ ପ୍ରାଥମିକତା ଏବଂ ଗରିବଙ୍କ ସ୍ୱାର୍ଥ ଉପରେ ଗୁରୁତ୍ବ । ସୁବିଧା ଅନୁସାରେ ଜମି ଅଧିଗ୍ରହଣ ଓ ଅଧିକ କ୍ଷତିପୂରଣ ପାଇଁ ନିଆଯିବ ପଦକ୍ଷେପ । ଚଳିତ ବର୍ଷ ତାଳଚେର ଓ ଛେଣ୍ଡିପଦାରୁ ୧୨୫ ମିଲିଅନ୍ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ନୂଆ କାର୍ଯ୍ୟାଳୟର ଉଦଘାଟନ ସହ ବୃକ୍ଷରୋପଣ କରିଥିଲେ କେନ୍ଦ୍ର ମନ୍ତ୍ରୀ ।
ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ କାଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ ପ୍ରକଳ୍ପର ୧୫ତମ RPDAC ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ଭାରତ ଓ ରାଜ୍ୟ ସରକାରଙ୍କ ଆଇନ ଏବଂ ନୀତି ଅନୁସାରେ ଲୋକମାନେ କିଭଳି ଉପକୃତ ହେବା ସହ ବିସ୍ଥାପିତ ଅଧିକ କ୍ଷତିପୂରଣ ପାଇ ପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି- ଅନୁଗୋଳର ତାଳଚେର ଓ ଛେଣ୍ଡିପଦା ବ୍ଲକରୁ ପ୍ରାୟ ୧୦୦ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ ହେଉଛି । ଚଳିତ ବର୍ଷ ୧୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି ।
ସେହିପରି ଅନୁଗୋଳ ଜିଲ୍ଲା DMF ଟ୍ରଷ୍ଟ ବୋର୍ଡ ବୈଠକରେ ଲୋକଙ୍କ ସ୍ୱାର୍ଥ ପାଇଁ ଉନ୍ନୟନ କାର୍ଯ୍ୟ ଏବଂ କଲ୍ୟାଣକାରୀ ପ୍ରକଳ୍ପ ବିଷୟରେ କରିଛନ୍ତି ଧର୍ମେନ୍ଦ୍ର । ଡିଏମଏଫ ପାଣ୍ଠିରୁ ହୋଇଥିବା ଅର୍ଥ ବିନିଯୋଗ ତଥା ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଆନୁସଙ୍ଗିକ ଭିତ୍ତିଭୂମି, ପରିବେଶ ସୁରକ୍ଷା, ଗମନା ଗମନ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଉପରେ ବିଚାର ବିମର୍ଶ ହୋଇଥିଲା।
ଅପରପକ୍ଷେ ପିଏମ୍ ମୋଦିଙ୍କ କଳ୍ପନାକୁ ସାକାର କରିବା ଲକ୍ଷ୍ୟରେ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବାରୁ କୋଲ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର। ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିଲେ ।
ଏଥିସହ ଅନୁଗୁଳ ଜିଲ୍ଲାରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ନୂଆ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଅବସରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।
ଆଲୁମିନିୟମ ପାର୍କ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ପରିଦର୍ଶନ କରିଥିଲେ ।