ଶନିବାର ଭୁବେନଶ୍ବର ଏମ୍ସ ଗସ୍ତ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

ଆସନ୍ତାକାଲି ଭୁବେନଶ୍ବର ଏମ୍ସ ଗସ୍ତ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଗସ୍ତ ଜାତୀୟ ପ୍ରତିଷ୍ଠାନର ଅଭିବୃଦ୍ଧି ଏବଂ ଉତ୍କର୍ଷତାର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ହେବାକୁ ଯାଉଛି। କାରଣ ଆସନ୍ତାକାଲି ଉଦଘାଟିତ ହେବ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳା। ଏହି ବ୍ୟବସ୍ଥା, ଏମ୍ସ ଭୁବନେଶ୍ୱରର ଗବେଷଣା କ୍ଷମତାକୁ ଏକ ନୂତନ ଶିଖରକୁ ନେବାର ଆଶା ରହିଛି।
ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ଡାକ୍ତର, ଗବେଷକ, ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ବିକାଶ ଏବଂ ସୁଦୂରପ୍ରସାରୀ ଚିକିତ୍ସା ଗବେଷଣା କ୍ଷେତ୍ରକୁ ସଶକ୍ତ କରିବ ବୋଲି ବିଶ୍ବାସ ଥିବା ମତବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଗସ୍ତ ଅବସରରେ ଶ୍ରୀ ନଡ୍ଡା ଏମ୍ସର ସାମଗ୍ରୀକ ବିକାଶ ନେଇ ଏକ ବିଶେଷ ସମୀକ୍ଷା ବୈଠକ କରିବେ। ଏଥିସହିତ (ଗ୍ୟାଷ୍ଟ୍ରୋନୋମି) ବ୍ଲକ୍ର ଶିଳାନ୍ୟାସ କରିବେ। ଯାହା ଛାତ୍ରଛାତ୍ରୀ, ଚିକିତ୍ସକ, କର୍ମଚାରୀ ଏବଂ ଜନସାଧାରଣ ଲୋକଙ୍କ ବହୁ ଆବଶ୍ୟକତା ପୂରଣ କରିବ।
📱 Get Argus News App
✨ଗୋଟିଏ ଛାତ ତଳେ ବିବିଧ ସୁବିଧା ମିଳିବ। କେବଳ ଏତିକି ନୁହେଁ ସାଧାରଣ ଲୋକଙ୍କୁ ଅଧିକ ସୂଚନା ଦେବାକୁ ଲୋକାର୍ପିତ ହେବ ନୂତନ ଓ୍ବେବସାଇଟ୍। ସହଜରେ ଏମ୍ସର ବିଭିନ୍ନ ସେବା ପାଇବାକୁ ଲୋକମାନେ ଏହା ମାଧ୍ୟମରେ ସୂଚନା ପାଇପାରିବେ। ସେହିଭଳି ଇଏଚ୍ଏସ କ୍ଲିନିକ୍ ଏବଂ ଅମୃତ୍ ଫାର୍ମାସି ଉଦଘାଟିତ ହେବ। ଯେଉଁଠାରେ ସୁଲଭ ମୂଲ୍ୟରେ ଔଷଧ ମିଳିବ।