Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆସନ୍ତାକାଲି ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା। ଆସନ୍ତକାଲି ସକାଳେ ଓଡ଼ିଶାରେ ପହଞ୍ଚିବେ ନଡ୍ଡା । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ। ୧୨ ତାରିଖ ସକାଳେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଉଦଘାଟନ କରିବେ ନଡ୍ଡା। ୧୧ ତାରିଖ ସନ୍ଧ୍ୟାରୁ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବିଜେପିର ପ୍ରଶିକ୍ଷଣ ଶିବିର । ଏଥିରେ ଦଳର ସମସ୍ତ ୧୦୪ ଜଣ ବିଧାୟକ ଓ ସାଂସଦ ଯୋଗ ଦେବେ । ଏହାସହ ୧୧ ତାରିଖରେ କଟକରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସର ନୂଆ ବିଲଡିଂର ଲୋକାର୍ପଣ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ସିପେଟ ଓ ଭୁବନେଶ୍ଵର ଏମ୍ସକୁ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଏପ୍ରିଲ ୧୧ ତାରିଖରୁ ଓଡିଶାରେ ଲାଗୁ ହେବ ଆୟୁଷ୍ମାନ୍ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। କଟକ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ। ସାଢେ ୩ କୋଟି ଲୋକଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ଦିଆଯିବ ।

କାର୍ଯ୍ୟକ୍ରମରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂଦେଓ , ପ୍ରଭାତୀ ପରିଡା ଏବଂ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ରହିବେ। ଶୁଭାରମ୍ଭ ଦିନ ୧୪୦୫ ପ୍ରାଥମିକ ଚିକିତ୍ସାଳୟରେ ଏହି କାର୍ଡ ବଣ୍ଟନ କରାଯିବ। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ। ୧୩ ଜିଲ୍ଲାରେ ମନ୍ତ୍ରୀ ମାନଙ୍କ ଦ୍ଵାରା ଏହି ଯୋଜନାର ଶୁଭାରମ୍ଭ ହେବ। କେନ୍ଦ୍ରାପଡାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡରେ ସୁରେଶ ପୂଜାରୀ , ନବରଙ୍ଗପୁରରେ ରବି ନାରାୟଣ ନାଏକ , ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଆୟୁଷ୍ମାନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Health Minister to arrive in Odisha on 2-day visit tomorrow | Argus News