Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପରାଧୀଙ୍କ ପାଇଁ ନୂଆ ପୋର୍ଟାଲ ଲଞ୍ଚ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅପରାଧୀଙ୍କ ପାଇଁ ନୂଆ ପୋର୍ଟାଲ ଲଞ୍ଚ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ: ମୋଷ୍ଟ ଓ୍ୱାଣ୍ଟେଡ୍‌ ଓ ପଳାତକଙ୍କ ଉପରେ ଏବେ ଲାଗିବ ଲଗାମ। ଦେଶ ଛାଡି ବିଦେଶକୁ ପଳାୟନ କରୁଥିବା ଅପରାଧୀଙ୍କୁ ଆଉ ମିଳିବନି ତ୍ରାହି। ସେପରି ଅପରାଧୀଙ୍କୁ ଧରିବା ହେବ ସହଜ। ଏଥିପାଇଁ ଭାରତପୋଲ ନାମକ ଏକ ପୋର୍ଟାଲ ଲଞ୍ଚ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦେଶରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଏବଂ ଅର୍ଥନୈତିକ ଅନିୟମତା ଆଦି କରି ଦେଶ ଛାଡି ବିଦେଶକୁ ପଳାୟନ କରୁଥିବା ଅପରାଧୀଙ୍କୁ ଫେରାଇ ଆଣିବା ସହଜ ନୁହେଁ। ସେମାନଙ୍କୁ ଫେରାଇ ଆଣିବାକୁ ସରକାର ଏବଂ ପୁଲିସ୍ କୁ ଅନେକ କିଛି ପ୍ରକ୍ରିୟା ଦେଇ ଜିବାକୁ ପଡେ ।


ଏଥିପାଇଁ ସୁରକ୍ଷା ଏଜେନ୍ସିଗୁଡିକ ଇଣ୍ଟରପୋଲର ସାହାଯ୍ୟ ନେବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ଭରତପୋଲ ପୋର୍ଟାଲ ଏହି କାମକୁ ଅତି ସହଜ କରିବ। ଭାରତପୋଲ୍ ଦେଶର ଇନଭେଷ୍ଟିଜେସନ୍ ଏଜେନ୍ସିକୁ ଏକ ନୂତନ ଯୁଗକୁ ନେବ। ଇଣ୍ଟରପୋଲ୍ ସହିତ କାମ କରିବା ପାଇଁ CBI ଏକମାତ୍ର ସଂସ୍ଥା ଭାବରେ ଚିହ୍ନଟ ହୋଇଥିଲା କିନ୍ତୁ ଭାରତପୋଲ୍ ଆରମ୍ଭ ହେବା ସହିତ ପ୍ରତ୍ୟେକ ଭାରତୀୟ ଏଜେନ୍ସି ଏବଂ ସମସ୍ତ ରାଜ୍ୟର ପୋଲିସ ସହଜରେ ଇଣ୍ଟରପୋଲ୍ ସହିତ ସଂଯୋଗ କରିପାରିବେ। ଆମେ ଅପରାଧ ନିୟନ୍ତ୍ରଣ ପାଇଁ ଦୂରତା ପୂରଣ କରିପାରିବୁ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରିପାରିବୁ ବୋଲି ଆଜି ଭାରତ ମଣ୍ଡପମରେ ଭରତପୋଲ ପୋର୍ଟାଲର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-home-minister-amit-shah-launches-new-portal-for-criminals | Argus News