ମୁଁ ତାମିଲ କହିପାରେନି, ନବୀନ ବାବୁଙ୍କ ଉଦ୍ଦେଶ୍ୟରେ କ'ଣ କହିବି ?

ଅର୍ଗସସ ବ୍ୟୁରୋ: ମୁଁ ତାମିଲ କହିପାରେନି, ନବୀନ ବାବୁଙ୍କ ଉଦ୍ଦେଶ୍ୟରେ କ'ଣ କହିବି ? କଟକରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏମିତି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଉ ପରୋକ୍ଷରେ ଅଣଓଡ଼ିଆଙ୍କ କଥାରେ କେମିତି ଉଠବସ ହେଉଛନ୍ତି ମୁଖ୍ୟମନ୍ତ୍ରୀ ସେନେଇ ବି ଗୁମର ଖୋଲିଲେ, ସିଏ ପୁଣି ରୋଡ୍ ସୋ'ରେ ।
ଅବସର ଥିଲା ରୋଡ୍ ସୋ' । ସ୍ଥାନ- କଟକର ଗୋପବନ୍ଧୁ ପାର୍କରୁ ଚଣ୍ଡୀ ମନ୍ଦିର । ଶାହଙ୍କ ଗସ୍ତ ପାଇଁ ପୂରା ଗେରୁଆ ମୟ ହୋଇଥିଲା କଟକ ସହର । ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଗଂଜାମ ସୋରଡାରେ ସଭା କରିଥିଲେ । ଆରମ୍ଭରୁ ହିଁ ନବୀନ ସରକାର ଶାସନର ଗୁମର ଖୋଲିଥିଲେ । କେମିତି ଏ ସରକାର ରାଜ୍ୟକୁ ନଷ୍ଟଭ୍ରଷ୍ଟ କଲାଣି, କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛି ସେନେଇ ଗୋଟି ଗୋଟି ଗୁମର ଖୋଲିଥିଲେ ।
ଚାଉଳ ଚୋରି, ରାମ ମନ୍ଦିର, ଆୟୁଷ୍ମାନ । ଏ ତିନି ମୁଖ୍ୟ ପ୍ରସଙ୍ଗରେ ନବୀନ ବାବୁଙ୍କୁ ଆସୁଆସୁ ହମଲା କରିଥିଲେ ଅମିତ ଶାହ । ମୋଦିଙ୍କ ପରେ ଶାହ ଯେମିତି ସିଧାସଳଖ ସାନଦାର, ଧମାକାଦାର ଆଟାକ୍ କଲେ ତାହାକୁ ନେଇ ଥରିଲାଣି ବିଜେଡି କ୍ୟାମ୍ପ । କାରଣ ରାଜ୍ୟ ସରକାର କେମିତି କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନାଁ ନେଉଛନ୍ତି, ରାମ ମନ୍ଦିର ଉତ୍ସବ ନମନାଇବା ଲାଗି ହୀନ ଚକ୍ରାନ୍ତ ସହ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ରାଜ୍ୟ ବ୍ରାଣ୍ଡ ମରାଯାଉଛି ସେନେଇ ଭାଣ୍ଡାଫୋଡ କରିଛନ୍ତି ଶାହ । ସିଏ ପୁଣି ନବୀନଙ୍କ ହୋମ୍ ଗ୍ରାଉଣ୍ଡ ଗଂଜାମରୁ
ଖାଲି ଏତିକି ନୁହେଁ ବରଂ ନବୀନଙ୍କୁ ନିଜ ଗଡରେ ଯେମିତି ଧୁଲେଇ କଲେ ଶାହ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ଖୋଲା ମଂଚରେ ନବୀନଙ୍କ ଶାସନ ବ୍ୟବସ୍ଥାର ଗୋଟି ଗୋଟି କରି ଖୋଲିଥିଲେ ଗୁମର ।