Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପ୍ରଶ୍ନବାଣରେ ରାଜ୍ୟ ସରକାରଙ୍କୁ ଘାଇଲା କରିଦେଲେ ଶାହ

Odisha

ପ୍ରଶ୍ନବାଣରେ ରାଜ୍ୟ ସରକାରଙ୍କୁ ଘାଇଲା କରିଦେଲେ ଶାହ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ପ୍ରଶ୍ନବାଣରେ ରାଜ୍ୟ ସରକାରଙ୍କୁ ଘାଇଲା କରିଦେଲେ ଶାହ

ଅର୍ଗସ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏବେ ହେଭିୱେଟ୍‌ଙ୍କ ବୟାନ । ଏପଟେ ହିଞ୍ଜିଳିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସଭାରେ ତାଙ୍କର ହିଞ୍ଜିଳି ମଡେଲ୍‌ ସେପଟେ ସୋନପୁରରେ ବିଜେପିର ଅମିତ ଶାହଙ୍କ ଦାଦନ ମୁକ୍ତ ଓଡ଼ିଶାର ପ୍ରତିଶ୍ରୁତି ଓ ଧର୍ମେନ୍ଦ୍ରଙ୍କ ଆଠମଲ୍ଲିକକୁ ହିଞ୍ଜିଳି ନହେବାକୁ ଦମ୍ଭୋକ୍ତି ।

ନବୀନଙ୍କ ହିଞ୍ଜିଳି ମଡେଲ୍‌....ବିକାଶ ଦେଖିଲେ ଉଡିଯିବ ହୋସ୍‌ । କାରଣ ରାଜ୍ୟରେ ଥିବା ୪୩୦୬ ମଦ ଦୋକାନରୁ କେବଳ ଗଂଜାମର ୨୨ ବ୍ଲକ୍‌ରେ ୬୬୨ ମଦ ଦୋକାନ ଅଛି । ଖାଲି ଏତିକି ନୁହେଁ ବରଂ ୨୨ ବ୍ଲକ୍‌ରୁ ଦାଦନ ଯାଆନ୍ତି ପ୍ରାୟ ୨୦ ଲକ୍ଷ ଲୋକ । ତେଣୁ ନବୀନଙ୍କ ହିଞ୍ଜିଳି ମଡେଲ୍‌ ହେଲା ...ପ୍ରତି ବ୍ଲକ୍‌ରେ ୩୦ ମଦ ଦୋକାନ, ପ୍ରତି ବ୍ଲକ୍‌ ପିଛା ଲକ୍ଷେ ଲୋକ ଦାଦନ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ନବୀନଙ୍କ ବିକାଶ ଏମିତି ଯେ ଯେଉଁଠି ଦାଦନ ଲକ୍ଷଲକ୍ଷ...ମଦୁଆଙ୍କ ସଂଖ୍ୟା ହଜାରେ ହଜାରେ । କିନ୍ତୁ ଅମିତ ଶାହଙ୍କ ମତରେ ଓଡ଼ିଶା ଖଣିଜ ଓ ଜଳ ସମ୍ପଦରେ ଦେଶର ପ୍ରଥମ । ତେଣୁ କଳକାରଖାନା ଆମ ରାଜ୍ୟକୁ ଆସିବା କଥା, ଆମ ଲୋକ କିଆଁ ବାହାରକୁ ଯିବେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖାଲି ଶାହ ନୁହେଁ ବରଂ ପୂର୍ବରୁ ଧର୍ମେନ୍ଦ୍ର କହିଥିଲେ ରାଜ୍ୟରେ ମଦର ବନ୍ୟା ହେଉଛି । ସ୍ଥିତି ଏମିତି ହେଲାଣି ମଦର ଆୟ ଖଣିର ଆୟରୁ ବଢିଗଲାଣି । ସେଇଥି ଲାଗି ତ ଧର୍ମେନ୍ଦ୍ର କହିଥିଲେ ଓଡ଼ିଶାରେ ମଦ ନା ମୋଦି ଦରକାର ? ମୋଟ୍‌ ଉପରେ ଏଥର ରାଜ୍ୟରେ ମଦ ଓ ଦାଦନକୁ ନେଇ ନିର୍ବାଚନ ଫଇସଲା କରିବେ ଜନତା । କାରଣ ପୂରା ଦେଶରେ ଏବେ ମୋଦି ହାୱା ବଢୁଥିବା ବେଳେ ବିଜେଡିର ଲୋକପ୍ରିୟତା କମୁଛି । ତେବେ ସମୟ କହିବ ଆଗାମୀ ଦିନରେ କେଉଁ ପାଣି କୁଆଡ଼େ ଯାଉଛି ?
 


 

Argus Whatsapp Channel Mobile Top
Sponsored
Union Home Minister Amit Shah | Argus News