Videos
|
Odisha

ଆସନ୍ତା ୨୨ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସନ୍ତା ୨୨ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ୨୨ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଓଡ଼ିଶାରେ ରହିବେ ଗୃହମନ୍ତ୍ରୀ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ୨୨ ତାରିଖରେ ସମ୍ବଲପୁରରେ କାର୍ଯ୍ୟକ୍ରମ ରହିଥିବା ବେଳେ ୨୩ ତାରିଖରେ ଭୁବନେଶ୍ବର ଓ ପୁରୀରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି।

ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଆଜି ସମ୍ବଲପୁରରେ ବିଜେପିର ପ୍ରସ୍ତୁତି ବୈଠକ ହୋଇଛି । ବୈଠକରେ ୫ଟି ଲୋକସଭା ମଣ୍ଡଳୀର ଜିଲ୍ଲା ସଭାପତି, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଜୟ ନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସହ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶାହ ଯୋଗଦେବେ । ସେପଟେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
union-home-minister-amit-shah-will-arrive-in-odisha-on-a-two-day-visit-on-the-22nd | Argus News