|
logo
Live

Argus News - ଆସନ୍ତା ୨୧ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

Odisha

ଆସନ୍ତା ୨୧ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆସନ୍ତା ୨୧ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

ସମ୍ବଲପୁର: ଆସନ୍ତା ୨୧ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୨ ତାରିଖରେ ସମ୍ବଲପୁର ପିଏଚଡି ପଡ଼ିଆରେ ସାଧାରଣ ସଭାରେ ଯୋଗଦେବେ । ୨୩ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ସମ୍ବଲପୁରରେ ବିଜେପିର ପ୍ରସ୍ତୁତି ବୈଠକ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ସୂଚନା ଦେଇଛନ୍ତି ।


୩ ଦିନିଆ ଓଡ଼ିଶା ଗସ୍ତରେ ଆସି ୨୧ ତାରିଖ ଅପରାହ୍ନରେ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବେ ଅମିତ ଶାହ । ସମ୍ବଲପୁର ଗସ୍ତ କରି ସେଠାରେ ରାତ୍ରୀ ରହଣୀ କରିବେ । ୨୨ ତାରିଖ ସକାଳେ ମାଆ ସମଲେଶ୍ଵରୀଙ୍କୁ ଦର୍ଶନ କରିବେ ଅମିତ ଶାହ । ଏହା ପରେ ପିଏଚଡି ପଡିଆରେ ସାଧାରଣ ସଭାରେ ଯୋଗ ଦେଵେ । ସେଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।


ସମ୍ବଲପୁର ହେବାକୁ ଥିବା ସାଧାରଣା ସଭାରେ ପଶ୍ଚିମ ଓଡିଶାର ୫ ସଂସଦୀୟ କ୍ଷେତ୍ରର ଲକ୍ଷାଧିକ ସଂଖ୍ୟାରେ ଲୋକ ସାମିଲ ହେବାରେ ଯୋଜନା ରହିଛି । ତେଣୁ ସମ୍ବଲପୁରର ଏମସିଏଲରେ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ଗସ୍ତ ନେଇ ଆଲୋଚନା କରାଯାଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୨ ତାରିଖ ଅପରାହ୍ନରେ ପୁରୀ ଗସ୍ତ କରି ରାତ୍ରୀ ଯାପନ କରିବେ ଗୃହ ମନ୍ତ୍ରୀ । ୨୩ ତାରିଖ ସକାଳେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ଜଟଣୀରେ ଫରେନ୍ସିକ ୟୁନିଭରସିଟିର ଶିଳାନ୍ୟାସ କରିବେ । ଅପରାହ୍ନରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।


ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଏବଂ ସାଧାରଣ ସଭାକୁ ନେଇ ସମ୍ବଲପୁର MCL ଠାରେ ବିଜେପିର ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ଓ ବିଧାୟକ ପ୍ରାଥୀ ଯୋଗ ଦେଇଥିଲେ। ଏହା ସହ ୫ ସାଂସଦୀୟ କ୍ଷେତ୍ର ଜିଲ୍ଲା ସଭାପତି ସାମିଲ ହୋଇଥିଲେ ।

Sponsored
ଆସନ୍ତା ୨୧ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ | Argus News