କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡିଶା ପୋଲିସକୁ ମିଳିଲା ଫରେନ୍ସିକ ଇନଭେଷ୍ଟିଗେସନ୍ ଭ୍ୟାନ

Key Points
ଓଡ଼ିଶା ପୋଲିସକୁ ମିଳିଲା ବଳ
ସାଇଣ୍ଟିଫିକ ଫରେନସିକ୍ ଯାଞ୍ଚ ପାଇଁ ଆଉ ଲାଗିବନି ସମୟ
ଘଟଣାସ୍ଥଳରୁ ହିଁ ଯାଞ୍ଚ ହେବ ନମୁନା
ଅନ ଦ ସ୍ପଟ୍ ସଂଗ୍ରହ ହେବ ପ୍ରମାଣ
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡିଶା ପୋଲିସକୁ ଆସିଲା ଫରେନ୍ସିକ ଇନଭେଷ୍ଟିଗେସନ୍ ଭ୍ୟାନ
ପ୍ରଥମ ପର୍ଯ୍ୟାୟରେ କଟକ ଗ୍ରାମାଞ୍ଚଳ ପୋଲିସକୁ ଆସିଲା ଭ୍ୟାନ
ଓଡ଼ିଶା ପୋଲିସକୁ ମିଳିଲା ବଳ। ସାଇଣ୍ଟିଫିକ ଫରେନ୍ସିକ ଯାଞ୍ଚ ପାଇଁ ଆଉ ଲାଗିବ ନାହିଁ ଅଧିକ ସମୟ। ତଥ୍ୟ ପ୍ରମାଣ ଅଭାବରୁ ଆଉ ଖସି ପାରିବେ ନାହିଁ ଅପରାଧୀ। ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି ଭଳି ଘଟଣା ଘଟିଲେ ଏବେ ଘଟଣାସ୍ଥଳରୁ ହିଁ ଯାଞ୍ଚ ହେବ ନମୁନା। ଅନ ଦ ସ୍ପଟ୍ ସଂଗ୍ରହ ହେବ ପ୍ରମାଣ, ପରୀକ୍ଷା ବି ସେଇଠି ହେବ। ଆଉ ତୁରନ୍ତ ପୋଲିସକୁ ମିଳିବ ସାଇଣ୍ଟିଫିକ ରେଜଲ୍ଟ। ପୋଲିସକୁ ଅଧିକ ମଜବୁତ୍ କରିବା ଲାଗି ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ଫରେନ୍ସିକ ଇନଭେଷ୍ଟିଗେସନ୍ ଭ୍ୟାନ।
ଏହି ଫରେନ୍ସିକ ଇନଭେଷ୍ଟିଗେସନ୍ ଭ୍ୟାନକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହାୟତାରେ ତିଆରି କରିଛି ନେସ୍ନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟି। ଖର୍ଚ୍ଚ ହୋଇଛି ପାଖାପାଖି ୫୫ ଲକ୍ଷ ଟଙ୍କା। ଏହି ଭ୍ୟାନ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଥିବା ବେଳେ ଭ୍ୟାନର ଆଗରେ ଓ ପଛରେ ଦୁଇଟି ସିସିଟିଭି କ୍ୟାମେରା ଲାଗିଛି। ଭ୍ୟାନ ଭିତରେ ନମୁନା ସଂଗ୍ରହ ଠାରୁ ଆରମ୍ଭ କରି ୧୪ ପ୍ରକାରର ବିଭିନ୍ନ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି। ଡିଏନଏ ସଂଗ୍ରହ, ବୁଲେଟ ହୋଲ ଟେଷ୍ଟିଂ, ସିମେନ, ରକ୍ତ ଚିହ୍ନଟ, ଫିଙ୍ଗର ପ୍ରିଣ୍ଟ କିଟ ସହ ବିଭିନ୍ନ ପ୍ରକାରର ଟେଷ୍ଟିଂ ପାଇଁ ଏଥିରେ ବ୍ୟବସ୍ଥା ରହିଛି।
📱 Get Argus News App
✨ଏହା ଦ୍ବାରା ପୋଲିସ ଏକାଥରକେ ସମସ୍ତ ପ୍ରକାରର ତଥ୍ୟ ପ୍ରମାଣ ସଂଗ୍ରହ କରି ତ୍ୱରିତ ରିପୋର୍ଟ ପୋଲିସକୁ ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ କଟକ ଗ୍ରାମାଞ୍ଚଳ ପୋଲିସକୁ ଏହି ଫରେନ୍ସିକ ଇନଭେଷ୍ଟିଗେସନ୍ ଭ୍ୟାନ ମିଳିଛି। ଏହାକୁ ଜିଲ୍ଲା ଫରେନ୍ସିକ ସାଇନ୍ସ ଲାବ୍ରୋଟରି ପରିଚାଳନା କରିବ। ଆଗାମୀ ସମୟରେ ରାଜ୍ୟକୁ ଆହୁରି ଫରେନ୍ସିକ ଇନଭେଷ୍ଟିଗେସନ୍ ଭ୍ୟାନ ମିଳିବ ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ।
ଅନ୍ୟପଟେ ଜିଲ୍ଲା ଫରେନ୍ସିକ ଟିମରେ କର୍ମଚାରୀଙ୍କ ଘୋର ଅଭାବ ରହିଛି। ପ୍ରତି ମାସକୁ କଟକ ଜିଲ୍ଲାରୁ ପାଖାପାଖି ୩୫ ଟି ଅପରାଧିକ ମାମଲା ଆସୁଛି। ତେବେ ଖାଲି ପଡ଼ିଥିବା ଆସିଷ୍ଟାଣ୍ଟ ଲ୍ୟାବ ଆଟେଣ୍ଡାଣ୍ଟ, ଫଟୋଗ୍ରାଫର, କନଷ୍ଟେବଳ ପଦବୀ ପୂରଣ କରିବାର ଆବଶ୍ୟକ ରହିଛି।