ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ, ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର

Key Points
- ମାଧୋ ସିଂହଙ୍କ ପରି ହୁଅ
- ନିଜ ପାଇଁ ନୁହେଁ ସମୂହ ପାଇଁ ବଞ୍ଚ
- ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ
ଅର୍ଗସ ବ୍ୟୁରୋ: ସମାଜ ଗଠନ ଓ ଦେଶ ନିର୍ମାଣ କରିବାରେ ଆମ ସମସ୍ତଙ୍କର ଭୂମିକା ରହିବା ଦରକାର । ଆମେ ସାମଜରେ ବଞ୍ଚୁଛେ । ସମାଜର ଭଲ ମନ୍ଦ ସବୁ ଆମ ଉପରେ ପରୋକ୍ଷରେ ହେଉ କି ପ୍ରତ୍ୟେକ ଭାବରେ ଫରକ ପକାଉଛି । କେବଳ ଡକ୍ଟର, ଇଞ୍ଜିନିୟର, ଓକିଲ, ବଡ ବ୍ୟବସାୟ କରିବା ପାଇଁ ନୁହେଁ ବରଂ ସମାଜର କଲ୍ୟାଣ ପାଇଁ ପିଲାମାନଙ୍କର ଲକ୍ଷ୍ୟ ରହିବା ଦରକାର । ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର । ବରଗଡ଼ରେ ‘କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ’ର ବାର୍ଷିକ ସମାରୋହରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତୀୟ ଶିକ୍ଷା ନୀତିର ଏହି ଆହ୍ୱାନକୁ ସାକାର କରିବା ଦିଗରେ କ୍ରୀଷ୍ଣା ବିକାଶ ଗ୍ରୁପ ଇନଷ୍ଟିଚ୍ୟୁସନ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖୁ । ଏହାର ସ୍କୁଲ ସମୂହ ଉତ୍ତମ ମଣିଷ ତିଆରି କରିବାର ଏକ ଅନୁଷ୍ଠାନ ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ।
ଛାତ୍ରଛାତ୍ରୀମାନେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଭଳି ହେବା ପାଇଁ ପାଠ ପଢିବା ଦରକାର । ହାତୀ ସିଂହ ଓ ମାଧୋ ସିଂହଙ୍କ ପରି ଚରିତ୍ର ଓ ବ୍ୟକ୍ତିତ୍ୱ ଗଠନ ପାଇଁ ପାଠ ପଢିବା ଦରକାର । ତେବେ ଯାଇ ଆମ ଦେଶ ଅମୃତକାଳରେ ବିଶ୍ୱରେ ୧ ନମ୍ବର ହେବ ।
📱 Get Argus News App
✨ଆମ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଏହି ଶିକ୍ଷାନୁଷ୍ଠାନରେ ପିଲାମାନେ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ ଏବଂ ହାତୀ ସିଂହଙ୍କ ଭଳି ବଳିଷ୍ଠ ବ୍ୟକ୍ତିତ୍ୱ ଗଠନ କରିବା ପାଇଁ ପାଠ ପଢିବା ଦରକାର । ଏହା ଦ୍ୱାରା ଆମ ଦେଶ ବିଶ୍ୱରେ ଅଗ୍ରଣୀ ହେବ । ଆମେ ଅମୃତକାଳରେ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷାଦାନ ମାଧ୍ୟମରେ ଭାରତକୁ ବଡ଼ କରାଇବା ପାଇଁ ପ୍ରଚେଷ୍ଟା କରିବା ଦରକାର ।