Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସୁ ଆସୁ ନବୀନଙ୍କୁ ଧୋଇଲେ ଶାହ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଆସୁ ଆସୁ  ନବୀନଙ୍କୁ ଧୋଇଲେ ଶାହ

Key Points

  • ଚାଉଳ ଚୋରି କରୁଛନ୍ତି ନବୀନ ବାବୁ
  • ଏଥର ଯିବାରୁ କେହି ବଞ୍ଚାଇପାରିବେନି
  • ଓଡ଼ିଶାକୁ ଦରକାର ନାହିଁ ନବୀନ

ଅର୍ଗସ ବ୍ୟୁରୋ : ଚାଉଳ ଚୋରି, ରାମ ମନ୍ଦିର, ଆୟୁଷ୍ମାନ । ଏ ତିନି ପ୍ରସଙ୍ଗରେ ନବୀନ ବାବୁଙ୍କୁ ଆସୁଆସୁ ହମଲା କଲେ ଅମିତ ଶାହ । ଏଥର ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ ସାନଦାର, ଧମାକାଦାର ଆଟାକ୍‌ କଲେ ।  କେମିତି କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନାଁ ନେଉଛନ୍ତି, ରାମ ମନ୍ଦିର ଉତ୍ସବ ନମନାଇବା ଲାଗି ହୀନ ଚକ୍ରାନ୍ତ ସହ କେନ୍ଦ୍ରୀୟ ଯୋଜନାକୁ ହଡପ୍‌ କରି ରାଜ୍ୟ ବ୍ରାଣ୍ଡ ମରାଯାଉଛି ସେନେଇ ଭାଣ୍ଡାଫୋଡ କରିଛନ୍ତି ଶାହ । ସିଏ ପୁଣି ନବୀନଙ୍କ ହୋମ୍‌ ଗ୍ରାଉଣ୍ଡ ଗଂଜାମରୁ । ଶାହଙ୍କ ରଣହୁଙ୍କାରରେ ଥରୁଛି ବିଜେଡି ଶିବିର ।

ସୋରଡାରୁ ଶାହଙ୍କ ଜୋରଦାର ହମଲା । ସଭାରେ ଆସୁ ଆସୁ ଜୋଶ୍‌ ଭରିଛନ୍ତି ଶାହ । ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେଲେ । ନବୀନ ସରକାର ଆଉ ଆସିବାର ନାହିଁ ବୋଲି କହିଲେ । ବହୁତ ଦିନ ହୋଇଗଲା ବିଜେଡି ଶାସନକୁ,  ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି ଦୋହରାଇଛନ୍ତି ଅମିତ୍ ଶାହ । 

କଂଗ୍ରେସ ଉପରେ ବର୍ଷି ଶାହ କହିଛନ୍ତି,  ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ, ମନ୍ଦିର କଲେ । ନବୀନ ସରକାର ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ । ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡ଼ିଶା ଲୋକ କ୍ଷମା ଦେବେନି । ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା, ୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କଲେ । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି । ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ । ନବୀନଙ୍କ ସରକାରଙ୍କୁ ଠେଲା ସରକାର ବୋଲି କହି ସଭାରେ ବର୍ଷିଛନ୍ତି ଶାହ । ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ । ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିଯିବ ବୋଲି କହିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁନ୍‌ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି ବୋଲି ଦୃଢୋକ୍ତି ବାଢ଼ିଲେ ଶାହ । ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି । ଚାଷୀଙ୍କ ଦୁର୍ଦ୍ଦଶା ବଖାଣିବାକୁ ଯାଇ କହିଛନ୍ତି, ଓଡ଼ିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ । ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି । ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ । ସେହିପରି, ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା ବୋଲି ପ୍ରଶ୍ନ କରିଛନ୍ତି ।

ମୋଟ୍‌ ଉପରେ ଶାହଙ୍କ ଜୋରଦାର ଆକ୍ରମଣରେ ଥରହର ହେଲାଣି ବିଜେଡି । ଘନଘନ ତୁଙ୍ଗ ନେତା ଏମିତି ପ୍ରଚାର କରୁଥିବାରୁ ଉତ୍ତର ଦେବାକୁ ବାଟ ପାଉନି ବିଜେଡି ।
 

Sponsored
Union Minister Amit Shah | Argus News