Dharmendra Pradhan / ଲୁଧିଆନାରେ ୩୩ତମ ସତ ପଲ ମିତ୍ତଲ ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ

Key Points
ପଞ୍ଜାବ ଲୁଧିଆନାରେ ୩୩ତମ ଶତ ପଲ୍ ମିତ୍ତଲ ଜାତୀୟ ପୁରସ୍କାର ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି- ଏହି କାର୍ଯ୍ୟକ୍ରମ କେବଳ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ଦେଶ ନିର୍ମାଣରେ ଶିକ୍ଷା, ସେବା ଏବଂ ସ୍ବଦେଶୀ ଚିନ୍ତାଧାରାର ଅବଦାନର ପ୍ରତୀକ । ଯେତେବେଳେ ଆମେ ସାରା ଦେଶରେ ବଙ୍କିମ ଚନ୍ଦ୍ର ଚାଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ "ବନ୍ଦେ ମାତରମ୍"ର 150 ଗୌରବମୟ ବର୍ଷ ପାଳନ କରୁଛୁ, ଏହି ଅବସର ଆମକୁ ସେହି ଅମର ପ୍ରେରଣାକୁ ମନେ ପକାଇ ଦେଉଛି ଯାହା ପ୍ରଥମେ ଆମକୁ ସ୍ବାୟତ୍ତ ଶାସନ ପାଇଁ ଲଢ଼ିବାକୁ ଶକ୍ତି ଦେଇଥିଲା ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଯାଉଛି । ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନ-ଆଧାରିତ ଅର୍ଥନୀତିର ଶତାବ୍ଦୀ । ଜାତୀୟ ଶିକ୍ଷା ନୀତି (NEP) ଏହି ଦିଗରେ ଏକ ବିପ୍ଳବୀ ପଦକ୍ଷେପ । ଯାହା ଛାତ୍ର ବିକାଶ, ମାତୃଭାଷାରେ ଶିକ୍ଷା ଏବଂ ଦକ୍ଷତା-ଆଧାରିତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରେ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସତ ପଲ ମିତ୍ତଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, 'ଯେତେବେଳେ ଆମ ଦେଶର ଶିକ୍ଷା ଜଗତ ଏବଂ ସତ ପଲ ମିତ୍ତଲ ବିଦ୍ୟାଳୟ ପରି ଅନୁଷ୍ଠାନ ଏହାକୁ ମୂଳରୁ ଆପଣାଇବେ, ସେତେବେଳେ ଭାରତ କେବଳ ସମୃଦ୍ଧ ହେବ ନାହିଁ, ବରଂ ବିଶ୍ୱରେ ଜ୍ଞାନର ମାର୍ଗଦର୍ଶକ ପାଲଟିବ । ଏହା ମଧ୍ୟ ଗର୍ବର ବିଷୟ ଯେ ଲୁଧିଆନାର ମାଟିରୁ ଆରମ୍ଭ ହୋଇଥିବା ଭାରତୀ ସମୂହ (ଏୟାରଟେଲ) ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣକୁ ସାକାର କରି ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ସାମିଲ ହୋଇଛି । ଏହା ସ୍ୱଦେଶୀ ଉଦ୍ୟମିତା ଏବଂ ଭାରତୀୟ ପ୍ରତିଭାର ବିଜୟଗାଥା ।
ଶ୍ରୀ ପ୍ରଧାନ କହିଛନ୍ତି ଯେ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପାଳନର ପ୍ରକୃତ ସାର୍ଥକତା ସେତେବେଳେ ହେବ, ଯେତେବେଳେ ଆମେ ସମସ୍ତେ ମିଳିମିଶି ସ୍ୱଦେଶୀ, ଶିକ୍ଷା ଏବଂ ସେବାର ମାର୍ଗକୁ ପ୍ରାଥମିକତା ଦେବା । ଏହା ଦ୍ୱାରା ନିଜର ବୈଭବ, ସାମର୍ଥ୍ୟ ଏବଂ ସଂସ୍କାରରେ ପରିପୂର୍ଣ୍ଣ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରୂପରେ ବିଶ୍ୱ ସମ୍ମୁଖରେ ଉଭା ହେବ ।
आज लुधियाना में 33वें सत पॉल मित्तल राष्ट्रीय पुरस्कार समारोह में सम्मिलित होकर अपार संतोष की अनुभूति हुई। इस अवसर पर सम्मानित सभी महानुभावों को हार्दिक शुभकामनाएं। यह आयोजन केवल सम्मान का नहीं, बल्कि राष्ट्र निर्माण में शिक्षा, सेवा और स्वदेशी सोच के योगदान का भी प्रतीक है।
— Dharmendra Pradhan (@dpradhanbjp) November 12, 2025
जब… pic.twitter.com/lf2nL6rmZ1
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଯାଉଛି । ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନ-ଆଧାରିତ ଅର୍ଥନୀତିର ଶତାବ୍ଦୀ । ଜାତୀୟ ଶିକ୍ଷା ନୀତି (NEP) ଏହି ଦିଗରେ ଏକ ବିପ୍ଳବୀ ପଦକ୍ଷେପ । ଯାହା ଛାତ୍ର ବିକାଶ, ମାତୃଭାଷାରେ ଶିକ୍ଷା ଏବଂ ଦକ୍ଷତା-ଆଧାରିତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରେ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସତ ପଲ ମିତ୍ତଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, 'ଯେତେବେଳେ ଆମ ଦେଶର ଶିକ୍ଷା ଜଗତ ଏବଂ ସତ ପଲ ମିତ୍ତଲ ବିଦ୍ୟାଳୟ ପରି ଅନୁଷ୍ଠାନ ଏହାକୁ ମୂଳରୁ ଆପଣାଇବେ, ସେତେବେଳେ ଭାରତ କେବଳ ସମୃଦ୍ଧ ହେବ ନାହିଁ, ବରଂ ବିଶ୍ୱରେ ଜ୍ଞାନର ମାର୍ଗଦର୍ଶକ ପାଲଟିବ । ଏହା ମଧ୍ୟ ଗର୍ବର ବିଷୟ ଯେ ଲୁଧିଆନାର ମାଟିରୁ ଆରମ୍ଭ ହୋଇଥିବା ଭାରତୀ ସମୂହ (ଏୟାରଟେଲ) ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣକୁ ସାକାର କରି ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ସାମିଲ ହୋଇଛି । ଏହା ସ୍ୱଦେଶୀ ଉଦ୍ୟମିତା ଏବଂ ଭାରତୀୟ ପ୍ରତିଭାର ବିଜୟଗାଥା ।
ଶ୍ରୀ ପ୍ରଧାନ କହିଛନ୍ତି ଯେ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପାଳନର ପ୍ରକୃତ ସାର୍ଥକତା ସେତେବେଳେ ହେବ, ଯେତେବେଳେ ଆମେ ସମସ୍ତେ ମିଳିମିଶି ସ୍ୱଦେଶୀ, ଶିକ୍ଷା ଏବଂ ସେବାର ମାର୍ଗକୁ ପ୍ରାଥମିକତା ଦେବା । ଏହା ଦ୍ୱାରା ନିଜର ବୈଭବ, ସାମର୍ଥ୍ୟ ଏବଂ ସଂସ୍କାରରେ ପରିପୂର୍ଣ୍ଣ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରୂପରେ ବିଶ୍ୱ ସମ୍ମୁଖରେ ଉଭା ହେବ ।
Today’s learners, tomorrow’s leaders!
📍Sat Paul Mittal School, Ludhiana. pic.twitter.com/ZcfugLMZWh
📱 Get Argus News App
✨
Related Topics
Explore more stories