Videos
|
Odisha

Dharmendra Pradhan / ଓଡ଼ିଆ ଅସ୍ମିତାକୁ ନେଇ ବଡ଼ କଥା କହିଲେ ଧର୍ମେନ୍ଦ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଓଡ଼ିଆ ଅସ୍ମିତାକୁ ନେଇ ବଡ଼ କଥା କହିଲେ ଧର୍ମେନ୍ଦ୍ର

Key Points

ମୁକୁନ୍ଦ ଦେବ ବୁଝାମଣା କରିନଥିଲେ, ଲଢ଼େଇ କରିଥିଲେ ।
ତାଙ୍କୁ ପଛଆଡୁ କଳା ପାହାଡ଼ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ।

ଭଦ୍ରକ ଦୋବଲ ସଭାରେ ପ୍ରାୟ ୧୦୧ କୋଟି ଟଙ୍କା ବ୍ୟୟରେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନସଭାକୁ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଛନ୍ତି, କଳିଙ୍ଗର ଶେଷ ହିନ୍ଦୁ ମାହାରାଜା ମୁକୁନ୍ଦଦେବ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ । ଶିଖିମନାଇର ଷଡ଼ଯନ୍ତ୍ର ଓ କଳା ପାହାଡ଼ ଆକ୍ରମଣରେ ଓଡ଼ିଆ ଅସ୍ମିତାର ପରାଜୟ ହୋଇଥିଲା । ଏଠାରେ ମୁକୁନ୍ଦ ଦେବ ବୁଝାମଣା କରିନଥିଲେ, ଲଢ଼େଇ କରିଥିଲେ । ପଛଆଡୁ କଳା ପାହାଡ଼ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ।

Image
ଏହି ଅଞ୍ଚଳର ବିକାଶ ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଆତ୍ମନିର୍ଭରତା ପାଇଁ ଏକତା ପଦଯାତ୍ରାକୁ ସମର୍ପଣ କରାଯାଇଛି । ଡ. ହରେକୃଷ୍ଣ ମହତାବ ଓ ସର୍ଦ୍ଦାର ପଟେଲଙ୍କଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଧର୍ମେନ୍ଦ୍ର । କହିଲେ, ଅତ୍ୟନ୍ତ ରମଣୀୟ ପୀଠ ହେବ ଗୋହିରାଟିକିରା । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ ।

Image
ହଜାର ହଜାର ଲୋକଙ୍କ ଗହଣରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗୋହିରାଟିକିରିରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ ଏକତା ପଦଯାତ୍ରାରେ ଚାଲି ଚାଲି ଆସିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହା ପୂର୍ବରୁ ଗୋହିରାଟିକିରିରେ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ବୃକ୍ଷରୋପଣ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) November 22, 2025

Related Topics

Explore more stories