ଛତ୍ରପୁର ମାଟିଖାଲ ଆଇଆରଇଏଲ ପ୍ଲାଣ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·11 months ago

Key Points
ଛତ୍ରପୁର ମାଟିଖାଲ ଆଇଆରଇଏଲ ପ୍ଲାଣ୍ଟରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଡିସାଲିଲେସନ ପ୍ରକଳ୍ପର ଉଦଘାଟନୀରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ
ଓଡ଼ିଶାରେ ପ୍ରଥମ ଥର ଏହି ପ୍ଲାଣ୍ଟ ମାଧ୍ୟମରେ ସମୁଦ୍ରର ଲୁଣି ଜଳ ହେବ ମଧୁର ଜଳ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ । ଛତ୍ରପୁର ମାଟିଖାଲ ଆଇଆରଇଏଲ ପ୍ଲାଣ୍ଟରେ ଡିସାଲିଲେସନ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାରେ ପ୍ରଥମ ଥର ଏହି ପ୍ଲାଣ୍ଟ ମାଧ୍ୟମରେ ସମୁଦ୍ରର ଲୁଣି ଜଳ ହେବ ମଧୁର ଜଳ। ଏହି ମଧୁର ଜଳ ବ୍ୟବହାର କରି ଉପକୃତ ହେବେ ଗଞ୍ଜାମବାସୀ । IREL ଏଵଂ ରାଜ୍ୟ ସରକାରଙ୍କ ଉଦ୍ୟମରେ ୧୩୦ କୋଟି ବ୍ୟୟରେ ନିର୍ମିତ ହୋଇଛି ପ୍ରକଳ୍ପ। ସେହିପରି ଛତ୍ରପୁରରେ ଆୟୋଜିତ ହେବାକୁ ଥିବା ଗରିବ କଲ୍ୟାଣ ବିକାଶ ସମାବେଶରେ ସାମିଲ ହୋଇ ଲୋକଙ୍କୁ ଉଦବୋଧନ ଦେବେ। ଏହାପରେ ବାଣପୁରରେ ମା ଭଗବତୀ ଓ ଭୁଷଣ୍ଡପୁରରେ ମା ଉଗ୍ରତାରାଙ୍କର କରିବେ ଦର୍ଶନ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: