ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

Key Points
ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁର: ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଆମେ ଯୋଜନା କରିବା ଦରକାର ବୋଲି ରବିବାର ସମ୍ବଲପୁରରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁରରେ ଥିବା ଶିଳ୍ପ ଓ ବ୍ୟବସାୟର ସମ୍ଭାବନା ଉପରେ ଆଲୋକପାତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି କଳା, ସଂସ୍କୃତି ଓ ପୁରାତନ ସଭ୍ୟତାର ସହର ହେଉଛି ସମ୍ବଲପୁର। ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ଟ୍ରେଡିଂ ବା ବାଣିଜ୍ୟ। ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ କେବଳ ଶିଳ୍ପ ନୁହେଁ ବରଂ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ କରିବା ପାଇଁ ପଡିବ। ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ସହ ସଡ଼କପଥ ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ପଡିବ ବୋଲି ସେ କହିଛନ୍ତି।
