Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଥର ସମ୍ବଲପୁରରୁ ଧର୍ମେନ୍ଦ୍ର : ଓଡ଼ିଆଙ୍କ ସ୍ଵାଭିମାନ ଲାଗି କରିବେ ଲଢେଇ

Odisha

ଏଥର ସମ୍ବଲପୁରରୁ ଧର୍ମେନ୍ଦ୍ର : ଓଡ଼ିଆଙ୍କ ସ୍ଵାଭିମାନ ଲାଗି କରିବେ ଲଢେଇ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଏଥର ସମ୍ବଲପୁରରୁ ଧର୍ମେନ୍ଦ୍ର : ଓଡ଼ିଆଙ୍କ ସ୍ଵାଭିମାନ ଲାଗି କରିବେ ଲଢେଇ

Key Points

  • ଓଡ଼ିଆଙ୍କ ଲାଗି ଲଢେଇ ହେବ
  • ପାଣି ଦେବ, ଦେବ ଚାକିରି
  • ଦାଦନ ନଯିବେ କେହି

ଅର୍ଗସ ବ୍ୟୁରୋ : ଓଡ଼ିଆ ପୁଅ...ମଇଦାନକୁ ଓହ୍ଲାଇଲା...ବାଘ ପରି ଲଢେଇ କରିବ, ଦାଦନ ମୁକ୍ତ କରିବ । ବହୁତ ହୋଇଗଲା ଅଣଓଡ଼ିଆ ଶାସନ । ଏ ସରକାର ବଦଳିବା ଦରକାର । ଏ ନାରା ସ୍ଵାଭିମାନର ନାରା, ସଚେତନତାର ନାରା । ସେଇଥି ଲାଗି ଜନତା ସ୍ଥିର କରିଛନ୍ତି ବହୁତ ଦିନ ମୌକା ପାଇଲା ଶଙ୍ଖ, ଏଥର ଫୁଟିବ ପଦ୍ମ । ୨୪ ନିର୍ବାଚନ ପାଇଁ ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଭରିଛନ୍ତି ନାମାଙ୍କନ । ବିଶାଳ ରାଲି, ଜନସମର୍ଥନ ଦେଖିବା ପରେ ଆପଣ ବି କହିବେ ବିଜୟ ହେବ ଏକ ପାଖିଆ...ପଦ୍ମ ଦଳର, ଧର୍ମେନ୍ଦ୍ର ପ୍ରଧାନଙ୍କର ।

ଯେଉଁ ସମୟରେ ଓଡ଼ିଆଙ୍କ ଅସ୍ମିତା ବିପଦରେ ପଡିଛି । ସେଇ ସମୟରେ ଅସ୍ମିତା ବଂଚାଇବାକୁ ଅଣ୍ଟା ଭିଡିଛନ୍ତି ଓଡ଼ିଆ ପୁଅ । କେନ୍ଦ୍ରରେ ୧୦ ବର୍ଷ ମନ୍ତ୍ରୀତ୍ଵ କାଳରେ ଓଡ଼ିଶାକୁ ଦେଇଛନ୍ତି ଅନେକ କିଛି । କେମିତି ଓଡ଼ିଆ ପିଲା ସ୍ଵାଭିମାନ ହେବେ ସେନେଇ କରିଛନ୍ତି ସ୍ଵତନ୍ତ୍ର ରଣନୀତି । ଗୋଟିଏ ପଟେ ରାଜ୍ୟରେ ବିଜେପିର ସରକାର ନାହିଁ କି ସେ ଏବେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିନାହାନ୍ତି । ହେଲେ ବି ନିଜ ଜନ୍ମ ମାଟିର କେମିତି ବିକାଶ ହେବ ସେନେଇ ମାଷ୍ଟର ପ୍ଲାନ କରିଛନ୍ତି । ଖାଲି ପ୍ଲାନ୍‌ କରିଛନ୍ତି ତାହା ନୁହେଁ ବରଂ ବିକାଶ କରି ଦେଖାଇଛନ୍ତି । ସେଇଥି ଲାଗି ତ ଏମିତି ବିପୁଳ ଜନସମର୍ଥନ ଦେଖିବାକୁ ମିଳିଛି ତାଙ୍କ ରାଲିରେ ।

ରାଜ୍ୟ ସରକାରରେ କେମିତି ଚାଲିଛି ଶାସନ ? ଗୋଟି ଗୋଟି କରି ଗୁମର ଖୋଲିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସିଧା କହିଥିଲେ, ଭିଡିଓରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ, ଗୁମାସ୍ତାଙ୍କ ହାତରେ ରିମୋଟ୍ କଣ୍ଟ୍ରୋଲ୍ । ଆମ ପଇସାରେ ଦରମା ପାଉଥିବା ଲୋକ ଆଜି ଆମକୁ ନାଲି ଆଖି ଦେଖାଉଛି । ଗଣତନ୍ତ୍ରରେ ଏ କଂସ, ରାବଣ ରୂପୀ ଲୋକଙ୍କ ଭୋଟ୍ ନଦେଇ ପରାଜୟ କରିବାକୁ ପଡିବ କହି କଡ଼ା ଭର୍ତ୍ସନା କରିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ସମ୍ବଲପୁରରୁ ବିଜେପିର ଯୋଦ୍ଧା ସାଜିଛନ୍ତି ଧର୍ମେନ୍ଦ୍ର । ତେଣୁ ଏଥର ବିଜେଡିର ଖେଳ ଶେଷ ହେବ ବୋଲି କହିଲେଣି ଜନତା । କାରଣ ସମ୍ବଲପୁରର ବିକାଶ କଥା ୨୪ ବର୍ଷ ଭିତରେ କେବେ ଚିନ୍ତା କରିନି ବିଜେଡି । କେବଳ ମିଛୁଟାରେ କୁମ୍ଭୀର କାନ୍ଦଣା ଯାହା କାନ୍ଦୁଛି । ତେଣୁ ସମୟ ଆସିଛି...ଜନତା ସଚେତନ ଅଛନ୍ତି । ଏବେ କେବଳ ଯାହା ଅପେକ୍ଷା ଭୋଟ୍‌ ଗଣତିକୁ..
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
union-minister-dharmendra-pradhan | Argus News