Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର

Rashmita Mishra
Browse all articles by Rashmita Mishra
·1 year ago·1 min read
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର

Key Points

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର
ନାଚ ନା ଜାନେ ଆଙ୍ଗନ ତେଢ଼ା ଉପାଖ୍ୟାନ ଦେଇ କଲେ କଟାକ୍ଷ
କହିଲେ, ଦ୍ରୌପଦୀ ମୁର୍ମୁଙ୍କୁ କହିଥିବା ଅପଶବ୍ଦର କ୍ଷମା ନ ମାଗିବା ବାଚାଳାମୀର ପରିଚୟ
ଆଜି କଂଗ୍ରେସ ଦଳର ଜନ ଆଧାର ଭାରତ ବର୍ଷରେ ନାହିଁ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର । ନାଚ ନା ଜାନେ ଆଙ୍ଗନ ତେଢ଼ା ଉପାଖ୍ୟାନ ଦେଇ କଲେ କଟାକ୍ଷ । ଓଡିଶା ମାଟିକୁ ଆସି ରାହୁଲ ଗାନ୍ଧୀ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ଥିଲା । ଏବେ ବି ୨୪ ଘଣ୍ଟା ପୁରିନାହିଁ । ଆଶା କରିବି ତାଙ୍କ ଦଳର ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବେ ସେ ଭୁଲ ମାଗିବା ପାଇଁ ।

ଆଜି କଂଗ୍ରେସ ଦଳର ଜନ ଆଧାର ଭାରତ ବର୍ଷରେ ନାହିଁ । ସାମନ୍ତବାଦୀ ମନୋଭାବ ବିଶେଷ କରି ସମାଜର ଗରିବ, ଦରିଦ୍ର ଓ ଦଳିତ ଲୋକଙ୍କ ଜନାଦେଶ କଂଗ୍ରେସ ପାଇଁ ନାହିଁ । ସେହି ଆଧାରରେ ହତାଶ ହୋଇ ରାହୁଲ ଗାନ୍ଧୀ ପ୍ରଳାପ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାହୁଲ ଗାନ୍ଧୀ ବିଷୟ ନ ଜାଣି ଭାଷଣ ଦେବା ମୂର୍ଖାମୀ । ଯିଏ କୁହନ୍ତୁ ଆଳୁ ଲଗାଇ ସୁନା ବାହାର କରିବା, ଯିଏ ଖଣ୍ଡୁଆ ପାଟ ଜାଣି ନାହିଁ, ଯିଏ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ମାଟି ଆସି ତାଙ୍କୁ କହିଥିବା ଅପଶବ୍ଦର କ୍ଷମା ନ ମାଗିବା ଏହା ବାଚାଳାମୀର ପରିଚୟ ।

ଏହିଭଳି କାମ ବଡ଼ ଲୋକଙ୍କ ଛୁଆମାନେ କରନ୍ତି । ଯେଉଁମାନେ ଭାବନ୍ତି ଆମେ, ମୋ ପରିବାର, ମୋ ମା, ବାପା, ଅଜା, ମୋ ଜେଜେ ଏଇ ମାନେ ହିଁ ଦେଶର ମାଲିକ । ଏଭଳି ଭ୍ରମରେ ଥିବା ରାହୁଲ ଗାନ୍ଧୀଙ୍କଠାରୁ କଣ ବା ଅପେକ୍ଷା କରାଯାଇପାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-minister-dharmendra-pradhan-harshly-counters-congress-leader-rahul-gandhi | Argus News