Videos
|
Odisha

ଜନଜାତି ସମୁଦାୟରୁ ଆସି ଜୈବିକ ଚାଷ କ୍ଷେତ୍ରରେ ତାଙ୍କ ଅବଦାନ ଚିର ସ୍ମରଣୀୟ

Smruti Parija
Browse all articles by Smruti Parija
·2 years ago·2 min read
ଜନଜାତି ସମୁଦାୟରୁ ଆସି ଜୈବିକ ଚାଷ କ୍ଷେତ୍ରରେ ତାଙ୍କ ଅବଦାନ ଚିର ସ୍ମରଣୀୟ

ଅର୍ଗସ ବ୍ୟୁରୋ: ଆଉ ନାହଁନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଚିକିତ୍ସାଧିନ ଅବସ୍ଥାରେ କଟକ SCBରେ ଶେଷ ନିଶ୍ବାସ ତ୍ୟାଗ । ତାଙ୍କ ବିୟୋଗ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ଓଡିଶାର ଗୌରବ ତଥା କୃଷିବିତ୍ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଭିନ୍ନ କିସମର ଧାନ ସଂରକ୍ଷଣ କରିବା ଦିଗରେ ସେ ଦେଶରେ ଉଦାହରଣ ସୃଷ୍ଟି କରିଥିଲେ । ଜନଜାତି ସମୁଦାୟରୁ ଆସି କୃଷି ବିଶେଷତଃ ଜୈବିକ ଚାଷ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଚିର ସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । 

 

ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଦେଶରେ ପରିଚିତ ଥିଲେ। କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରିଥିଲେ।୧୦୦ରୁ ଅଧିକ କିସମର ଧାନ ସଂରକ୍ଷଣ କରି ବେଶ ଚର୍ଚ୍ଚିତ ଥିଲେ। ଜୟପୁର ଠାରୁ ୧୦ କିଲୋମିଟର ଦୂରରେ ଥିବା ପାତ୍ରପୁଟ ଥିଲା ତାଙ୍କର ଜନ୍ମ ଓ କର୍ମ ଭୂମି। ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜହନସବର୍ଗ ଠାରେ ତାଙ୍କୁ Equator of Initiative award  ପ୍ରଦାନ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୦୪ ମସିହାରେ ରାଜ୍ୟ ସରକାର ଶ୍ରେଷ୍ଠ ମହିଳା ଚାଷୀ ଭାବେ ସମ୍ମାନିତ କରିଥିଲେ।ସେ ଦିଲ୍ଲୀରେ କୃଷି ବିଷାରଦ ସମ୍ମାନ ମଧ୍ୟ ପାଇଥିଲେ। ପ୍ରଥମ ଆଦିବାସୀ ମହିଳା ଭାବେ ରାଜ୍ୟ ଯୋଯନା ବୋର୍ଡର ସଦସ୍ୟା ମଧ୍ୟ ଥିଲେ କମଳା । ଅସୁସ୍ଥତା କାରଣରୁ ଏହି ମାସ ୧୬ ତାରିଖରେ ସେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ୧୭ ତାରିଖରେ କଟକ ସ୍ଥାନାନ୍ତର କରାଯାଇଥିଲା। 
 

union-minister-dharmendra-pradhan-has-expressed-grief-over-the-demise-of-kamala-pujari | Argus News