Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଆରମ୍ଭ ହେବ ସ୍ବାଧୀନ ଓ ଉଚ୍ଚ ମାନର ଶିକ୍ଷାବିତ ତିଆରି ହେବାର ପରମ୍ପରା

Smruti Parija
Browse all articles by Smruti Parija
·1 year ago·2 min read
ପୁଣି ଆରମ୍ଭ ହେବ ସ୍ବାଧୀନ ଓ ଉଚ୍ଚ ମାନର ଶିକ୍ଷାବିତ ତିଆରି ହେବାର ପରମ୍ପରା

Key Points

  • ଫେରିବ ବିଶ୍ବବିଦ୍ୟାଳୟକୁ ସ୍ବାୟତ୍ତତା
  • ନବୀନ ପଟ୍ଟନାୟକ ସରକାର ଆଣିଥିଲେ ପରିବର୍ତ୍ତନ
  • ୟୁଜିସି ଗାଇଡ ଲାଇନ ବିରୋଧରେ ବିଶ୍ବବିଦ୍ୟାଳୟକୁ ନେଇଥିଲେ ନିଜ ନିୟନ୍ତ୍ରଣକୁ
  • ଭିସି ଓ ଅଧ୍ୟାପକ ନିଯୁକ୍ତିକୁ କରିଥିଲେ ନିୟନ୍ତ୍ରିତ
  • ରାଜନୈତିକ ସ୍ବାର୍ଥ ଥିଲା ମୁଳ ଉଦ୍ଦେଶ୍ୟ
  • ପୁଣି ଆରମ୍ଭ ହେବ ସ୍ବାଧୀନ ଓ ଉଚ୍ଚ ମାନର ଶିକ୍ଷାବିତ ତିଆରି ହେବାର ପରମ୍ପରା

ଅର୍ଗସ ବ୍ୟୁରୋ: ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ରେ ଆବଶ୍ୟକ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଧର୍ମେନ୍ଦ୍ର ଲେଖିଛନ୍ତି, ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ ପ୍ରଣୟନ କରିଥିଲେ । ଯାହା ୧୯୮୯ର ମୂଳ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିଥିଲା। ଏହି ଆଇନ ଶିକ୍ଷାନୁଷ୍ଠାନର ସ୍ବାୟତତ୍ତା, ଶିକ୍ଷାବିତମାନଙ୍କର ସ୍ବାଧୀନତା ଓ ବିଶ୍ବସନୀୟତାକୁ କ୍ଷୁର୍ଣ୍ଣ କରୁଥିଲା ।   ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଏ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 

ସଂଶୋଧିତ ଆଇନ ୟୁଜିସି ଦ୍ବାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା । ଏହା ବିଶ୍ବବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଛି।  ସଂଶୋଧିତ ଆଇନ ଅନୁଯାୟୀ ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା ସିଣ୍ଡିକେଟ୍ ଗଠନରେ କୁଳାଧିପତି ଓ ସରକାରୀ ଅଧିକାରୀଙ୍କ ବହୁ ସଂଖ୍ୟକ ମନୋନୀତ ସଦସ୍ୟଙ୍କୁ ସାମିଲ କରାଯିବା ଶିକ୍ଷାବିତ୍ ମହଲରେ ଉଦବେଗ ସୃଷ୍ଟି କରିଛି।  ପୂର୍ବ ସରକାର କରିଥିବା ସଂଶୋଧନର ପରିବର୍ତ୍ତନ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ଓ ଶିକ୍ଷାବିତ ଶିକ୍ଷାବିତ । 
 

ଓଡ଼ିଶା ସ୍ବାଧୀନ ଓ ଉଚ୍ଚମାନର ଶିକ୍ଷାବିତଙ୍କୁ ତିଆରି କରିବାର ପରମ୍ପରା ରହିଛି। ଡ. ପ୍ରାଣକୃଷ୍ଣ ପରିଜା, ପ୍ରଫେସର ଶୀରାମ ଚନ୍ଦ୍ର ଦାସ, ପ୍ରଫେସର ଚିନ୍ତାମଣି ଆଚାର୍ଯ୍ୟ, ଡ. ସଦାଶିବ ମିଶ୍ର ଏବଂ ଡା. ମହେନ୍ଦ୍ର କୁମାର ରାଉତଙ୍କ ପରି ବ୍ୟକ୍ତିବିଶେଷମାନେ ଜଣେ ସ୍ବାଭିମାନୀ ଏବଂ ସ୍ବାଧୀନ ଶିକ୍ଷାବିତ୍ ଭାବେ ଦୃଢ଼ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି । ରାଜ୍ୟର ଶିକ୍ଷାବିତ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକର ବିଶ୍ବସନୀୟତାକୁ କ୍ଷୁର୍ଣ୍ଣ କରିବା ପାଇଁ ପୂର୍ବ ସରକାର କରିଥିବା ପ୍ରୟାସକୁ ଅବିଳମ୍ବେ ପୁନର୍ବିଚାର କରାଯିବା ଜରୁରୀ ବୋଲି  ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan has written a letter to the Chief Minister for necessary amendments in Odisha University Act-2020 | Argus News