ଓଡିଶା ରାଜନୀତିର କଡ଼ ଲେଉଟାଣିକୁ ନେଇ 'ନିର୍ବାଚନ ୨୦୨୪'

ଭୁବନେଶ୍ୱର ଜୟଦେବ ଭବନରେ ଉନ୍ମୋଚିତ ହୋଇଛି ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଲିଖିତ ପୁସ୍ତକ "ନିର୍ବାଚନ ୨୦୨୪" ଓଡିଶା ରାଜନୀତିର କଡ଼ ଲେଉଟାଣି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ବହିରେ ବହୁତ ଅକୁହା କଥା ଅଛି। ବହିର ଯେତେ ପ୍ରଶଂସା କଲେ କମ୍ ହେବ। ୨୦୨୪ ସାଧାରଣ ନିର୍ଵାଚନ ସମୟ ଘଟିଥିବା ରାଜନୈତିକ ଘଟଣା ପୁସ୍ତକରେ ରହିଛି। ସମ୍ମାନିତ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦିକା ତନୟା ପଟ୍ଟନାୟକ ଏବଂ ପୁସ୍ତକ ପ୍ରକାଶକ ପେନ ଇନର ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ଯୋଗ ଦେଇଥିଲେ।
ସେପଟେ ଆଜି ଭୁବନେଶ୍ବର ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରାବାସ ଉଦଘାଟନ ମଧ୍ୟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବାକୁ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରିଛନ୍ତି । କହିଛନ୍ତି, ପ୍ରାୟ ୧୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହଷ୍ଟେଲ ଅନୁଷ୍ଠାନର ସ୍ଥାୟୀ ପରମ୍ପରାକୁ ଆଗକୁ ବଢାଇବାରେ ସହାୟକ ହେବ। ଭୁବନେଶ୍ୱର ସବୁଠାରୁ ସ୍ୱତନ୍ତ୍ର ସ୍ଥାନ ।
📱 Get Argus News App
✨କଳା, ସଂସ୍କୃତି ଏବଂ ମନ୍ଦିରମାଳିନୀର ସହର । ଏହି ସ୍ଥାନରେ ଆଇଆଇଟି, ଆଇଏଲଏସ, ଏମ୍ସ, ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୧୦ରୁ ଅଧିକ ପ୍ରତିଷ୍ଠିତ ଅନୁଷ୍ଠାନ ଗଢିଉଠିଛି । ଏହି ଅନୁଷ୍ଠାନ ସମୂହ ଆଗାମୀ ଦିନରେ ଭୁବନେଶ୍ୱରକୁ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ କରିବ । ଭୁବନେଶ୍ୱରରେ ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷ ଅଛନ୍ତି । ଯଥାର୍ଥରେ ଭୁବନେଶ୍ୱର ହେଉଛି ଜ୍ଞାନର ଏକ ସ୍ଥାୟୀ 'କୁମ୍ଭ' । ବିଶ୍ୱ କଲ୍ୟାଣକୁ ଆଗେଇ ନେବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ମୋଦି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।