'ସମ୍ବଲପୁରକୁ ସାରସ୍ଵତ ନଗରୀରେ ପରିଚିତ କରାଇବ ପୁସ୍ତକ ମେଳା'

ସମ୍ବଲପୁର: ସମ୍ବଲପୁରରେ ପୁସ୍ତକ ମେଳା ୨୦୨୫’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନ୍ୟାସନାଲ ବୁକ ଟ୍ରଷ୍ଟ, ସେତୁ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହୋଇଛି ପୁସ୍ତକ ମେଳା । ପୁସ୍ତକ ମେଳାରେ ନିଜର ଗୁରୁ ତଥା ପ୍ରଫେସର ସ୍ଵର୍ଗତ ସୁଦର୍ଶନ ପୂଜାରୀଙ୍କ ଲିଖିତ ‘ଆମ ସଂସ୍କୃତି ଭବ ବିଭବ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ସେହିପରି ଦୀପକ କୁମାର ପଣ୍ଡାଙ୍କ ଲିଖିତ ‘ସମ୍ବଲପୁର ଇତିହାସ’ ଓ ଦ୍ବାରିକା ନାଥ ନାଏକଙ୍କ ‘ଲୋକ ସଂସ୍କୃତିର ଉତ୍ସ ଓ ପ୍ରକାଶ’ ପୁସ୍ତକ ଲୋକାର୍ପିତ ହୋଇଛି ।
ଏହି ଅବସରରେ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବଲପୁରକୁ ସାରସ୍ଵତ ନଗରୀରେ ପରିଚିତ କରାଇବ ଏହି ପୁସ୍ତକ ମେଳା । ପାରମ୍ପରିକ ଭାବେ ଜ୍ଞାନ ଆହରଣ ଓ ଅଧ୍ୟୟନର କେନ୍ଦ୍ର ରହି ଆସିଥିବା ସମ୍ବଲପୁର ମାଟିରେ ପ୍ରତିବର୍ଷ ଏଭଳି ପୁସ୍ତକ ମେଳାର ଆୟୋଜନ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ଉଦ୍ୟମ । ସ୍କୁଲ ଓ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବଲପୁର ପୁସ୍ତକ ମେଳା ବୁଲିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
📱 Get Argus News App
✨‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭ ଇଂରାଜୀ ପୁସ୍ତକ ସମ୍ବଲପୁରର ବୀରତ୍ଵ ଓ ସଂଘର୍ଷ କଥାକୁ ବିଶ୍ଵବିଦିତ କରାଇବ । ସମ୍ବଲପୁର ଇତିହାସର ଗୌରବମୟ ଗାଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ଏନବିଟି ପକ୍ଷରୁ ଯୋଜନା ହେବ । ସମ୍ବଲପୁର ପଢା ଲେଖା ଓ ଅଭିବ୍ୟକ୍ତିର ଏକ ମହାନ ପରମ୍ପରା, ଯାହାର ଜ୍ଵଳନ୍ତ ପ୍ରତିଫଳନ ଆଜିର ପୁସ୍ତକ ମେଳା ।