‘ବ୍ରାଣ୍ଡ୍ କୋରାପୁଟ୍’ ପାଇଁ କୋରାପୁଟ କଫିର ଉତ୍ପାଦନ ବଢାଇବାକୁ ପ୍ରଚେଷ୍ଟା କରିବା - ଧର୍ମେନ୍ଦ୍ର ପ୍ରଧାନ

Key Points
• କଫି ବୋର୍ଡର ଅଧିକାରୀ ଓ ଚାଷୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
• ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି
• ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି
କୋରାପୁଟ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଫି ଗାର୍ଡେନ୍ ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ହୋଇଥିବା ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି ।
କୋରାପୁଟ ସ୍ଥିତ କଫି ଗାର୍ଡେନ୍ ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ହୋଇଥିବା ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କଲି । ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି । ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି । ବିଶ୍ୱରେ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ୍’ କରିବାକୁ ହେଲେ ଏହି ସ୍ୱତନ୍ତ୍ର କଫିର ଉତ୍ପାଦନ… pic.twitter.com/JIdZp8Mcpc
— Dharmendra Pradhan (@dpradhanbjp) July 6, 2025
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଫି ବୋର୍ଡର ଅଧିକାରୀଙ୍କ ସହ ଆଲୋଚନା କରିବା ଅବସରରେ ଜାଣିବାକୁ ପାଇଥିଲେ ଯେ କୋରାପୁଟ ଜିଲ୍ଲାରେ ୭୦୦୦ ହେକ୍ଟର ପରିମିତ ଜମିରେ କଫି ଚାଷ ହେଉଛି । କୋରାପୁଟ, ସେମିଳିଗୁଡ଼ା, ଲକ୍ଷ୍ମୀପୁର,ଦଶମନ୍ତପୁର, ପଟ୍ଟାଙ୍ଗି, ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ କଫି ଚାଷ ହେଉଛି । ସ୍ୱୟଂ ସଂଗଠନର ମହିଳାଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି । ଏଠାରେ ବାର୍ଷିକ ୬୦୦ ଟନ କଫି ଉତ୍ପାଦନ ହେଉଛି, ଯାହାର ବାର୍ଷିକ ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧିକ ହେବ । କଫିର କଞ୍ଚାମାଲ କେଜି ପ୍ରତି ୫୦୦ ଟଙ୍କା ବିକ୍ରି କରାଯାଉଛି । ଆଗାମୀ କୋରାପୁଟ ସମେତ କଫି ଚାଷକୁ ଆଗକୁ ବଢାଇବାର ଲକ୍ଷ୍ୟ ରଖାଯାଇଛି।
📱 Get Argus News App
✨Some more pictures from the lush green coffee plantations of Koraput. #KoraputCoffee #VocalForLocal pic.twitter.com/nnBaihDTZa
— Dharmendra Pradhan (@dpradhanbjp) July 6, 2025
ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି । ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି । ବିଶ୍ୱରେ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ୍’ କରିବାକୁ ହେଲେ ଏହି ସ୍ୱତନ୍ତ୍ର କଫିର ଉତ୍ପାଦନ ବଢାଇବା ଦିଗରେ ଆମେ ସାମୂହିକ ପ୍ରୟାସ କରିବା ଉଚିତ୍ ବୋଲି ସେ କହିଥିଲେ ।