|
logo
Live

Argus News -    ମୁଣ୍ଡ ନୁଆଁଇ ଦିବ୍ୟାଙ୍ଗ ଯୁବତୀଙ୍କ କଥା ଶୁଣିଲେ ଧର୍ମେନ୍ଦ୍ର

Odisha

   ମୁଣ୍ଡ ନୁଆଁଇ ଦିବ୍ୟାଙ୍ଗ ଯୁବତୀଙ୍କ କଥା ଶୁଣିଲେ ଧର୍ମେନ୍ଦ୍ର

Manini Pattanayak
Browse all articles by Manini Pattanayak
·2 years ago·1 min read
   ମୁଣ୍ଡ ନୁଆଁଇ ଦିବ୍ୟାଙ୍ଗ ଯୁବତୀଙ୍କ କଥା ଶୁଣିଲେ ଧର୍ମେନ୍ଦ୍ର

ପୁରୀ:  ଦୁଃଖି, ରଙ୍କିଙ୍କ ପାଇଁ ସଦାସର୍ବଦା ଧର୍ମେନ୍ଦ୍ର ।  ଅସାହାୟଙ୍କୁ ସହାୟତା କରିବା ପାଇଁ ସବୁବେଳେ ଦେଖାନ୍ତି ତତ୍ପରତା । ପ୍ରତିଟି ଓଡ଼ିଆ କେମିତି ଭଲରେ ରହିବେ ସେନେଇ କରନ୍ତି ଚିନ୍ତା । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ରରେ । ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ । ଉତ୍ସବ ଥିଲା- ଉଦଘାଟନ କାର୍ଯ୍ୟକ୍ରମ  । ଆଉ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର । ପୁରୀ ଗସ୍ତରେ ଥିବାରୁ ଜଗା ଦର୍ଶନ କରିଥିଲେ । ହେଲେ ଶ୍ରୀମନ୍ଦିରରୁ ଫେରିବା ବେଳେ ତାଙ୍କ ନଜର ପଡିଲା ଏହି ଦିବ୍ୟାଙ୍ଗଙ୍କ ଉପରେ । ଖାଲି ନଜର ପଡିଥିଲା ତାହା ନୁହେଁ ବରଂ ଦିବ୍ୟାଙ୍ଗ ପାଖକୁ ଯାଇଥିଲେ। କଥା ବି ହୋଇଥିଲେ ।

ଯୁବତୀଙ୍କ ଦୁଃଖ, ଦୁର୍ଦ୍ଦଶା ଆଉ ଅଭିଯୋଗ ବି ଶୁଣିଥିଲେ। ନିଜେ ନଇଁ ପଡି ଅସହାୟ ଯୁବତୀଙ୍କ କୋହଭରା କଣ୍ଠରୁ ତାଙ୍କର ସମସ୍ତ ଅଭିଯୋଗ ଶୁଣିଥିଲେ । ଆଉ ଯାହାକୁ ନେଇ ଏବେ ଧର୍ମେନ୍ଦ୍ରଙ୍କର ଚାଲିଛି ପ୍ରଶଂସା ।  ପୁରୀରେ ଏକ ଭଡାଘରେ ରହୁଥିବା ଦିବ୍ୟାଙ୍ଗ ଯୁବତୀ ମାମା  ତାଙ୍କ ପରିବାରର ଦୁଖଃ ଓ ଭଉଣୀର ପାଠ ପଢା କଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ବଖାଣିଛନ୍ତି। ତାଙ୍କୁ ଏକ ଘର ପ୍ରଦାନ କରିବା ସହ ତାଙ୍କ ଭଉଣୀର ପାଠ ପଢା ଖର୍ଚ୍ଚ ବହନ କରିବାକୁ ସେ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଯୁବତୀଙ୍କ ଜନ୍ମୀତ ମାର ମୃତ୍ୟ ହୋଇଯାଇଥିବାଳେବଳେ ବାପା ଦ୍ୱିତୀୟ ବିବାହ କରି ଅଲଗା ରହୁଛନ୍ତି। ବାପା କିଛି ଦାୟିତ୍ୱ ଆମର ନେଉନାହାଁନ୍ତି , ବାପା ବ୍ରହ୍ମପୁରରେ ରହୁଥିବାଳବେଳେ ଆମେ ଦୁଇ ଉଉଣୀ ପୁରୀରେ ଅତି ଦୁଃଖ କଷ୍ଟରେ  ଏକ ଭଡା ଘରେ ରହୁଛୁ ବୋଲି କହିଛନ୍ତି ଯୁବତୀ।  ଯୁବତୀଙ୍କ ଅଭିଯୋଗ ଶୁଣି ଧର୍ମେନ୍ଦ୍ର ସହାୟତା କରିବା ପାଇଁ କଥା ଦେଇଛନ୍ତି।  

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
   ମୁଣ୍ଡ ନୁଆଁଇ ଦିବ୍ୟାଙ୍ଗ ଯୁବତୀଙ୍କ କଥା ଶୁଣିଲେ ଧର୍ମେନ୍ଦ୍ର | Argus News