Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗର୍ଭବତୀଙ୍କୁ ମିଳୁନି ଖାଦ୍ୟ, ବାହାସ୍ପୋଟ ମାରୁଛନ୍ତି ରାଜ୍ୟ ସରକାର

Odisha

ଗର୍ଭବତୀଙ୍କୁ ମିଳୁନି ଖାଦ୍ୟ, ବାହାସ୍ପୋଟ ମାରୁଛନ୍ତି ରାଜ୍ୟ ସରକାର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଗର୍ଭବତୀଙ୍କୁ ମିଳୁନି ଖାଦ୍ୟ, ବାହାସ୍ପୋଟ ମାରୁଛନ୍ତି ରାଜ୍ୟ ସରକାର

Key Points

  • ବିଜେଡି ସରକାରରେ ନେତା ହତ୍ୟାକାରୀ
  • ଭିଜିଲାନ୍ସ ଜାଲରେ ପଡୁଛନ୍ତି ବଡବାବୁ
  • ଗର୍ଭବତୀଙ୍କୁ ମିଳୁନି ଖାଦ୍ୟ
  • ବାହାସ୍ପୋଟ ମାରୁଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ବିଜେଡି ସରକାରରେ ଜନତାଙ୍କୁ ମିଳୁନି ନ୍ୟାୟ । ଗରିବ ଲୋକଙ୍କ ଦଳ ବିଜୁ ଜନତା ଦଳ କେବଳ ଗୋଟିଏ ନାରା । ବାସ୍ତବରେ ଚିତ୍ର କିନ୍ତୁ ପୂରା ଭିନ୍ନ । କାରଣ ଏବେ ଅଧିକାଂଶ ମେଡିକାଲରେ ଡାକ୍ତର ନାହାନ୍ତି କି ଉନ୍ନତ ଚିକିତ୍ସା ସେବା ମିଳୁନି । ସ୍ଥିତି ଏମିତି ହେଲାଣି ଯେ ରାଜ୍ୟରେ ଏବେ ଜନ୍ମ ହେଉଥିବା ୧୦୦ ପିଲାଙ୍କ ମଧ୍ୟରୁ ୩୦ରୁ ଅଧିକ ପିଲା ଅପପୁଷ୍ଟିରେ ଶିକାର ହେଉଛନ୍ତି । ପିଲାଙ୍କ ସ୍ଵାସ୍ଥ୍ୟକୁ ନେଇ ନବୀନ ବାବୁ କେତେ ଚିନ୍ତିତ ତାହା ଆମେ ନଗଡାରୁ ଜାଣନ୍ତି । କେମିତି ସ୍ଵାସ୍ଥ୍ୟସେବାରେ ସୁଧାର ଆସିବ ସେନେଇ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା କଲେ । କିନ୍ତୁ ନିଜ ଭଲ କହି ରାଜ୍ୟରେ ତାହାକୁ ଲାଗୁ କଲେ ନାହିଁ ନବୀନ ବାବୁ । କିନ୍ତୁ ଏବେ ସ୍ଵାସ୍ଥ୍ୟ କେତେ ଉନ୍ନତ ତାହା ଜଳଜଳ ହୋଇ ଦିଶୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ନବୀନ ସରକାରରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା , ବିପର୍ଯ୍ୟସ୍ତ ଗର୍ଭବତୀଙ୍କ ସ୍ଵାସ୍ଥ୍ୟ ।  ସଙ୍ଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟକୁ ସାହାଯ୍ୟ କରିବାକୁ କେନ୍ଦ୍ର ସବୁବେଳେ ପ୍ରସ୍ତୁତ ରହୁଛି । ପୂର୍ବ ଅପେକ୍ଷା ଏବେ ଅନୁଦାନ ବି ଅଧିକ ଆସୁଛି । ଏମିତିକି ରାଜ୍ୟର ବିକାଶ ପାଇଁ ମୋଦି ସରକାର ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ତାହାକୁ ଠିକ୍‌ରେ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର । ତେଣୁ ଏଥିରୁ ଗୋଟିଏ କଥା ଜଳଜଳ ହୋଇ ଦିଶୁଛି ସ୍ଵାସ୍ଥ୍ୟ ଯୋଗାଇ ନାଁରେ କେବଳ ଧୋକା ଦେଉଛନ୍ତି ରାଜ୍ୟ ସରକାର ।

ଖାଲି ଏତିକି ନୁହେଁ ବରଂ ସରକାରୀ ବାବୁମାନେ ପ୍ରତିଦିନ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା ସାମ୍ନାକୁ ବି ଆସୁଛି । ଯଦି ବାବୁମାନେ ସଚ୍ଚୋଟ ନୁହନ୍ତି ତାହାଲେ ବିକାଶ କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।  କେବଳ ଏହି ପ୍ରସଙ୍ଗ ନୁହେଁ ବରଂ ଆଜି ବି କେମିତି ମାହାଙ୍ଗା ଡବଲ ମର୍ଡର ହତ୍ୟାକାରୀ ଖୁଲମଖୁଲା ବାହାରେ ବୁଲୁଛନ୍ତି ସେନେଇ ପ୍ରତିକ୍ରିୟା ବି ରଖିଛନ୍ତି । ମୋଟ୍‌ ଉପରେ ରାଜ୍ୟ ସରକାର ଯୋଜନା ନାଁରେ ଭୋଟ ବ୍ୟାଙ୍କ ବଢାଉଛି ସତ କିନ୍ତୁ ଲୋକଙ୍କ ପାଖରେ ଯେ ଯୋଜନା ଆଜି ବି ଅପହଞ୍ଚ ତାହା ସ୍ପଷ୍ଟ ହୋଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Dharmendra Pradhan | Argus News