ବୀର ସୁରେନ୍ଦ୍ର ସାଏ ଓ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ଏହି ଅବସରରେ ୨ ବିପ୍ଳବୀଙ୍କ ସ୍ମୃତି ଚାରଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଜେଲ୍ ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ସମ୍ବାଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୦ ବର୍ଷ ତଳେ ସମାଜର ସ୍ଥିତି କଣ ଥିଲା ଭାବନ୍ତୁ । ସେତେବେଳେ ଆମ ନେତୃତ୍ଵ ସଂଘର୍ଷ କରିଥିଲେ, ବଳିଦାନ ଦେଇଥିଲେ । ମାଟି ମାଆ ପାଇଁ ଲଢ଼ିଥିଲେ ଇଂରେଜ ବିରୋଧରେ । ଆଜି ଆମେ ବଳିଦାନକୁ ମନେ ପକାଇବା ଲାଗି ଏକାଠି ହୋଇଛେ ।
📱 Get Argus News App
✨ନେତାଜୀଙ୍କ ସୁଭାଷ ବୋଷଙ୍କ ଏକ ବୈଶ୍ଵିକ ପରିଚୟ ରହିଛି । କିନ୍ତୁ ବୀର ସୁରେନ୍ଦ୍ର ସାଏଙ୍କ ପରିବାର ଓ ଅନ୍ୟ ବଡ଼ ବଡ଼ ବ୍ୟକ୍ତିତ୍ଵ ମାନଙ୍କ ମଧ୍ୟରେ ଉଦନ୍ତ ସାଏ ବୋଧ ହୁଏ ପୃଥିବୀର ସବୁଠୁ ଲମ୍ବା ସମୟ ଜେଲ୍ରେ ରହିଥିବା ସ୍ଵାଧୀନତା ସଂଗ୍ରାମୀ ।
ଏବେ ଆମ ସାମ୍ନାରେ ୨ଟି ଲକ୍ଷ୍ୟ ଅଛି । ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳିବ । ୨୦୪୭ରେ ଭାରତ ସ୍ଵାଧୀନତାର ଶତ ବର୍ଷ ପୂର୍ତ୍ତି ପାଳିବ । ଆଗାମୀ ୨୦ରୁ ୨୫ ବର୍ଷ ମଧ୍ୟରେ ଆମକୁ ନେତାଜୀ ହୁଅନ୍ତୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ବିଚାରଧାରାକୁ ପୁନଃଜୀବିତ କରିବାକୁ ପଡ଼ିବ । ଏ ସାମାଜିକ ଆନ୍ଦୋଳନରେ ସମସ୍ତଙ୍କ ସହଯୋଗ ଆବଶ୍ୟକତା ରହିଛି ।