Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ସତ ଶୁଣିବାକୁ ନବୀନ ବାବୁଙ୍କ ଧୈର୍ଯ୍ୟ ନାହିଁ '

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
'ସତ ଶୁଣିବାକୁ ନବୀନ ବାବୁଙ୍କ ଧୈର୍ଯ୍ୟ ନାହିଁ '

Key Points

  • ନବୀନ ବାବୁ ଅଧା ବିଷୟ ଜାଣିନାହାନ୍ତି
  • ତାଙ୍କୁ ଲେଖା ଦେଲେ ପଢିଦେଉଛନ୍ତି
  • ସତ ଶୁଣିବାକୁ ନବୀନ ବାବୁଙ୍କ ଧୈର୍ଯ୍ୟ ନାହିଁ

ଅର୍ଗସ ବ୍ୟୁରୋ: ନବୀନ ବାବୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ମିଳୁନି ବୋଲି କହୁଛନ୍ତି ଓଡ଼ିଶୀ ସଙ୍ଗୀତକୁ, ହେଲେ ଭାରତ ସରକାରଙ୍କର ଶାସ୍ତ୍ରୀୟ ସଙ୍ଗୀତ ବୋଲି ମାନ୍ୟତା କିଛି ନାହିଁ । ଯାହାକୁ କେନ୍ଦ୍ର ସରକାର ଦେଉଛନ୍ତି ସେନେଇ ନବୀନ ବାବୁ ମୁହଁ ଖୋଲୁନାହାନ୍ତି, ହେଲେ ଯାହାର ବ୍ୟବସ୍ଥା ନାହିଁ ତାହାକୁ ଭିଡିଓ ବାର୍ତ୍ତାରେ କହି ପ୍ରଧାନମନ୍ତ୍ରୀ ବିପକ୍ଷରେ ନବୀନ ବାବୁଙ୍କ ଲକ୍ଷଣ ନୁହେଁ । ହେଲେ ସେ କରିବେ କଣ ? ତାଙ୍କ ପାଖରେ ଥିବା ଅଣଓଡ଼ିଆ ଅଫିସରମାନେ ତାଙ୍କୁ ଯାହା କହିଲେ ସିଏ ସେଇୟ ପଢିଲେ । ତାଙ୍କର ଦୋଷ କଣ ?  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଭାରି ବ୍ୟଗ୍ର, ହେଲେ ଉତ୍ତରରେ କଣ କହୁଛନ୍ତି କଣ ନାହିଁ ତାହା ସେ ନିଜେ ଜାଣିପାରୁନାହାନ୍ତି । ଏହା ତାଙ୍କର ଭୁଲ ନୁହେଁ, ବରଂ ମୁଖ୍ୟମନ୍ତ୍ରୀଙ୍କ ସହ ଯେଉଁ ଆଉଟ ସୋର୍ସ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ହିଁ ନବୀନ ବାବୁଙ୍କୁ ଭୁଲ ତଥ୍ୟ ଦେଉଛନ୍ତି । ଆଉ ବିନା କୌଣସି ତଥ୍ୟରେ ମୁଖ୍ୟମନ୍ତ୍ରୀ ତାହାକୁ ପଢି ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ରାଜ୍ୟ ରାଜନୀତିରେ ଏବେ ହଟ୍ଟଚମଟ ।

ବିନା କାଗଜରେ ମନରୁ ପଢୁନାହାନ୍ତି, ଯାହା ଲେଖା ହୋଇଛି ସେଇୟା ପଢୁଛନ୍ତି । ଏଥିରେ କୌଣସି ଅସୁବିଧା ନାହିଁ । ହେଲେ ତଥ୍ୟ ଗୁଡ଼ିକୁ ସଠିକ୍‌ରେ ଦେଉନଥିବାରୁ ଏବେ ପ୍ରଶ୍ନ ଉଠୁଛି । ଏଇ ଯେମିତି ଗତକାଲି ନବୀନ ବାବୁ କହିଥିଲେ କି,  ମୁଁ ଓଡ଼ିଶୀ ମ୍ୟୁଜିକକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଚିଠି ଲେଖିଥିଲି । ହେଲେ ପ୍ରଧାନମନ୍ତ୍ରୀ ଦୁଇଥର ରିଜେକ୍ଟ କଲେ ବୋଲି କହିଲେ । ହେଲେ ଏହା କେତେ ସତ, କେତେ ଗପର ତାହାର ଭାଣ୍ଡାଫୋଡ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରରେ ପ୍ରେସମିଟ୍ କରି କହିଛନ୍ତି, ଓଡ଼ିଶୀ ନୃତ୍ୟୁକୁ କେବେଠାରୁ ଶାସ୍ତ୍ରୀୟ ନୃତ୍ୟ ଭାବରେ ମାନ୍ୟତା ମିଳିସାରିଛି ।  ଆମ ବ୍ୟବସ୍ଥାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବୋଲି କିଛି ବ୍ୟବସ୍ଥା ହିଁ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟର ଶାସନ କ୍ଷମତାରେ ଅଛନ୍ତି, ହେଲେ ଭାରତ ସରକାରଙ୍କ ବ୍ୟବସ୍ଥା ସମ୍ପର୍କତରେ ଜାଣିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ । ମୋଦିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନବୀନ ଯେଉଁ ପରି ଭାବରେ ଅବାସ୍ତବ କଥା କହିଲେ ସେନେଇ ଏବେ ଟ୍ରୋଲ ହେଲେ । ଏବେ ପ୍ରଶ୍ନ, ପ୍ରକୃତରେ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା ସମ୍ପର୍କରେ କିଛି ଜାଣିଛନ୍ତି କି ନାହିଁ ତାହା ଏବେ ଆପଣ ହିଁ ବିଚାର କରନ୍ତୁ । 


 

Sponsored
Union Minister Dharmendra Pradhan | Argus News