Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଓଡ଼ିଆଙ୍କ ଅସ୍ମିତାର କଥା କହିଲେ ଧର୍ମେନ୍ଦ୍ର

Odisha

ପୁଣି ଓଡ଼ିଆଙ୍କ ଅସ୍ମିତାର କଥା କହିଲେ ଧର୍ମେନ୍ଦ୍ର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପୁଣି ଓଡ଼ିଆଙ୍କ ଅସ୍ମିତାର କଥା କହିଲେ ଧର୍ମେନ୍ଦ୍ର

Key Points

  • ଓଡ଼ିଆଙ୍କ ଆକାକ୍ଷାଂ ଜଗନ୍ନାଥଙ୍କୁ ଦେଖିବା
  • ପୁଣି ଓଡ଼ିଆଙ୍କ ଅସ୍ମିତାର କହିଲେ କଥା
  • ଧର୍ମେନ୍ଦ୍ରଙ୍କୁ ନେଇ ପୁଣି ବଢିଲା ଚର୍ଚ୍ଚା 

ଅର୍ଗସ ବ୍ୟୁରୋ: ପୁଣି ଓଡ଼ିଆଙ୍କ ଅସ୍ମିତା ଓ ଆକାକ୍ଷାଂର କଥା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ପ୍ରତିଟି ଓଡ଼ିଆଙ୍କ ମନପ୍ରାଣରେ ଥାଏ ଜଗା ଦର୍ଶନ କରିବାର ସେ କଥା ବି ସେ କହିଲେ । ସେଇଥି ଲାଗି ତ ଖୋଲା ମଂଚରେ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଏତିକି ନୁହେଁ ବରଂ ଶ୍ରୀରାମ, ମାଆ ବିରଜାଙ୍କ ଶରଣରେ ପଶିବାକୁ ଆମ ଇଚ୍ଛାଥାଏ ବୋଲି ସେ କହିଲେ । ଧର୍ମେନ୍ଦ୍ର ଓଡ଼ିଆଙ୍କ ମନର କଥା କହିଥିବାରୁ ଏବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତି ମୁହୂର୍ତ୍ତରେ ଓଡିଆଙ୍କ ଅସ୍ମିତା ଓ ଆକାକ୍ଷାଂର କଥା କହୁଥିବା ନେତା । ପଲ୍ଲୀରୁ ଦିଲ୍ଲୀ...ଯୁଆଡେ ଗଲେ ବି ଓଡ଼ିଆଙ୍କର କଥା କହିବାକୁ ସେ କେବେ ବି ଭୁଲନ୍ତି ନାହିଁ । ସେଇଥି ଲାଗି ତ ସରକାରୀ ସଭାରେ ଓଡ଼ିଆଙ୍କୁ ଭୂରିଭୂରି କରନ୍ତି ପ୍ରଶଂସା । ୨୦୧୪ରୁ କେନ୍ଦ୍ରରେ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଅଛନ୍ତି, ପ୍ରତିଦିନ ଅନେକ ସ୍ଥାନକୁ ଗସ୍ତ ବି କରୁଛନ୍ତି । ଆଉ ପ୍ରତି ଗସ୍ତ ସମୟରେ ଓଡ଼ିଆଙ୍କର କଥା କୁହନ୍ତି, ପ୍ରଶଂସା କରନ୍ତି । ନିଜେ ଓଡ଼ିଆର ପରିଚୟ ଦେବା ସହିତ ଓଡ଼ିଶାର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଆଉ ଧର୍ମେନ୍ଦ୍ରଙ୍କର ଏମିତି ଓଜସ୍ଵନୀୟ ଭାଷଣକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ । କିନ୍ତୁ ଓଡ଼ିଆଙ୍କ ଆକାକ୍ଷାଂର କଥା କହିଥିବାରୁ ଏବେ ଆଲୋଚନା ଜୋର  ।

ଓଡ଼ିଆଙ୍କୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁବେଳେ ପ୍ରଶଂସା କରନ୍ତି ଧର୍ମେନ୍ଦ୍ର । ରାଜ୍ୟରୁ ନିର୍ବାଚିତ ହୋଇନଥିଲେ ବି ପ୍ରତିଦିନ ରାଜ୍ୟର ବିକାଶ ଗାଡି କେମିତି ଘାଏଁ ଘାଏଁ ଗଡିବ ସେନେଇ ଚିନ୍ତା କରନ୍ତି । ଆଉ ଏହାରି ଭିତରେ ସମ୍ବଲପୁରରୁ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ବାସ୍‌ ଏହି ଖବର ସମ୍ବଲପୁରରେ ପହଞ୍ଚିବା ପରେ ବାଜା ବଜାଇ ବାଣ ଫୁଟାଇ ନାଚଗୀତ କରିଥିଲେ ସମ୍ବଲପୁରବାସୀ । ଖାଲି ଏତିକି ନୁହେଁ ବରଂ ତାଙ୍କ ଉପରେ ଜାଲ ପକାଇଥିଲେ ଶୁଭେଚ୍ଛୁ । ଏ ସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଧର୍ମେନ୍ଦ୍ରଙ୍କ ପ୍ରତି ଓଡ଼ିଆ ନେତା ବିରଳ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Union Minister Dharmendra Pradhan | Argus News