Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭଡାଟିଆଙ୍କୁ ଆଣି ଶାସନ କରେଇବାକୁ ପ୍ଲାନ୍‌ କରୁଛି ବିଜେଡି : ଧର୍ମେନ୍ଦ୍ର

Odisha

ଭଡାଟିଆଙ୍କୁ ଆଣି ଶାସନ କରେଇବାକୁ ପ୍ଲାନ୍‌ କରୁଛି ବିଜେଡି : ଧର୍ମେନ୍ଦ୍ର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଭଡାଟିଆଙ୍କୁ ଆଣି ଶାସନ କରେଇବାକୁ ପ୍ଲାନ୍‌ କରୁଛି ବିଜେଡି : ଧର୍ମେନ୍ଦ୍ର

Key Points

  • ଭଡାଟିଆଙ୍କୁ ଆଣି ଶାସନ କରେଇବାକୁ ପ୍ଲାନ୍‌ କରୁଛି ବିଜେଡି
  • ସଜାଗ ହେଲେଣି ଓଡ଼ିଆ, ଏଥର ପାନେ ଦେବେ
  • ମିଛ କହିବା ଶିଖିବ ତ ନବୀନ ବାବୁଙ୍କଠୁ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ଯେମିତି ଶାସନ କରୁଛି ସେନେଇ ଖୋଲିଲେ ଗୁମର । କହିଲେ, ପଛ ଦୁଆର ବାଟେ ଜଣେ ଅଣଓଡ଼ିଆଙ୍କୁ ଶାସନ କଳରେ ବସାଇବାକୁ ଯେଉଁ ଅପଚେଷ୍ଟା ହେଉଛି ତାହା କରିବାକୁ ଦିଆଯିବ ନାହିଁ । ଶଙ୍ଖ ଦଳିଆଙ୍କ ପାଖରେ କଣ କେହି ନେତା ନାହାନ୍ତି, ଉଦ୍ଧାର...ଭଡାରେ ଆଣି ଷ୍ଟାର ପ୍ରଚାରକ କରାଉଛନ୍ତି ଜଣେ ଅଣଓଡ଼ିଆଙ୍କୁ । ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି, ତାହା କିନ୍ତୁ ହେବାକୁ ଦେବେନି ଓଡ଼ିଆ ବୋଲି ରୋକଠୋକ୍‌ କହିଛନ୍ତି ଧର୍ମେନ୍ଦ୍ର । ନାମାଙ୍କନ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ଧର୍ମେନ୍ଦ୍ର ଯେଉଁ ପରି ଢଙ୍ଗରେ ହମଲା କରିଛନ୍ତି ତାହାକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ।

ଲଗାତାର ୨୪ ବର୍ଷ ହେଲାଣି ରାଜ୍ୟରେ ସ୍ଥିର ସରକାର ସହ ସ୍ଥିର ମୁଖ୍ୟମନ୍ତ୍ରୀ ବି ଅଛନ୍ତି । ହେଲେ ବିକାଶ ଯେତେ ମାତ୍ରାରେ ହେବାର କଥା ହୋଇନି । କାରଣ ଲୋକଙ୍କର କଥା ଶୁଣିବାକୁ ନବୀନ ବାବୁଙ୍କ ପାଖରେ ସମୟ ହିଁ ନାହିଁ । ନିଜେ ଭିଡିଓରେ କଥା ହେଉଛନ୍ତି ହେଲେ ରିମୋର୍ଟ କଂଟ୍ରୋଲ ଗୁମାସ୍ତାଙ୍କ ପାଖରେ ରହିଛି । ତେଣୁ ପ୍ରକ୍ସି ସରକାର ବେଶୀ ଦିନ ତିଷ୍ଠି ପାରବନି ବୋଲି କହିଛନ୍ତି ଧର୍ମେନ୍ଦ୍ର । 

ଓଡ଼ିଆଙ୍କ ଅସ୍ମିତା କଥା କହିଲା ବେଳକୁ ବିଜେଡି ନେତାଙ୍କୁ ଭାରି ବାଧୁଛି । ଆମେ ଓଡ଼ିଆ, ତେଣୁ ଓଡ଼ିଆଙ୍କର ବିକାଶ କଥା ଚିନ୍ତା କରିବୁ । ତେଣୁ ଏଥର ବିଜେପିକୁ ମୌକା ଦେବାକୁ ଧର୍ମେନ୍ଦ୍ର କହିବା ସହ ରାଜ୍ୟ ସରକାରଙ୍କ ପିଠା ଯୋଜନା, ବିଜୁ ଯୁବବାହିନୀ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି? ଏହାସହ ଓଡ଼ିଶା ପ୍ରତି ଅବଦାନ କ'ଣ ପଚାରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ଖଆଲି ଏତିକି ନୁହେଁ ବରଂ ଗୁମାସ୍ତା ପଚାରିବେ ଓଡ଼ିଶା ପାଇଁ ମୁଁ କ'ଣ କରିଛି ବୋଲି ଧର୍ମେନ୍ଦ୍ର କହିବା ସହ ବିକାଶ କଣ କରିଛନ୍ତି ରାଜ୍ୟ ସରକାର ବୋଲି ଓଲଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ନାମାଙ୍କନ ପୂର୍ବରୁ ବର୍ଷିଥିବାରୁ ଏବେ ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Painting
Sponsored
Dharmendra Pradhan | Argus News