ସୁରକ୍ଷାକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର : କହିଲେ ମତେ ଦରକାର ନାହିଁ, ହେଲେ...

Key Points
- ସୁରକ୍ଷାକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର
- କହିଲେ, ମାଆଙ୍କଠୁ ପାଉଛି Z+ ସୁରକ୍ଷା
- ପୋଲିସ ସୁରକ୍ଷା ନେଇ କରିବି କଣ ?
ଅର୍ଗସ ବ୍ୟୁରୋ : ସୁରକ୍ଷାକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ମାଆ...ଗୁରୁଜନଙ୍କଠୁ ମତେ ସୁରକ୍ଷା ମିଳୁଛି । ଆଉ କି ସୁରକ୍ଷା ଦରକାର ? ମତେ ଓଡ଼ିଆ ଲୋକ ଭାରି ଭଲପାଆନ୍ତି, ମୁଁ କାହାକୁ ଡରିବି ? କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ଖାଲି ଏତିକି ନୁହେଁ ବରଂ ରାଜ୍ୟରେ କେମିତି ଅଗଣତାନ୍ତ୍ରିକ ସରକାର ଚାଲିଛି ତାହାର ବି ଭାଣ୍ଡାଫୋଡ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସର୍ବସମ୍ମୁଖରେ କେନ୍ଦ୍ରମନ୍ତ୍ରୀଙ୍କ ଏମିତି ବିଷୋଦଗାରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ଓଡ଼ିଶା ଶାସନ ବ୍ୟବସ୍ଥା ଏବେ ଠିକ୍ନାହିଁ । ଯିଏ ଶାସନର ମୁଖ୍ୟ ହେବାର କଥା ସିଏ ହୋଇନାହାନ୍ତି । ଅଗଣତାନ୍ତ୍ରିକ ଭାବରେ ରାଜ୍ୟରେ ଶାସନ ବ୍ୟବସ୍ଥା ଚାଲିଛି । ଖାଲି ଏତିକି ନୁହେଁ ବରଂ କେମିତି ଜଣେ ବ୍ୟକ୍ତି ଶାସନର ପଛ କବାଟ ଦେଇ ଜବରଦସ୍ତି ଶାସନ କ୍ଷମତା ନେବାକୁ ଚାହୁଁଛି । ହେଲେ ଏହା କେବେ ବି ହେବନି ବୋଲି ସ୍ପଷ୍ଟ କରିଛନ୍ତି ଧର୍ମେନ୍ଦ୍ର ।
ରାଜ୍ୟରେ ଶାସନବ୍ୟବସ୍ଥା କିଛି ଠିକ୍ଠାକ୍ ନାହିଁ । ଜନତା କ୍ଷମତା ଜଣଙ୍କୁ ଦେଇଛନ୍ତି । ହେଲେ ଆଉ ଜଣେ ବ୍ୟବହାର କରୁଛି । ଖାଲି ଏତିକି ନୁହେଁ ବରଂ ଓଡ଼ିଆଙ୍କ ଟିକସରେ ବାବୁ ଜଣଙ୍କ ଦରମା ନେଉଛନ୍ତି । ହେଲେ ଆମକୁ କଣ ପାଇଁ ନାଲିଆଖି ଦେଖାଇବ ? ନିଜର ଯଦି ଏତେ ସାହସ ଥିଲା ତେବେ ନିଜ ରାଜ୍ୟରେ ନିର୍ବାଚନ ଲଢିଥାଆନ୍ତ, ଆମ ରାଜ୍ୟରେ କାହିଁକି ଏତେ ପାରିବାପଣିଆ ଦେଖାଉଛ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଏହାସହ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକୁ ନେଇ ମୁହଁ ଖୋଲିବା ସହିତ କହିଛନ୍ତି ପଛ କବାଟ ଦେଇ କ୍ଷମତା ନେବାକୁ ଚେଷ୍ଟା କଲେ କିଛି ଲାଭ ହେବନି ।
📱 Get Argus News App
✨ମୋଟ୍ ଉପରେ ରାଜ୍ୟରେ ଏବେ ଶାସନ ବ୍ୟବସ୍ଥାରେ କେଁ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ଥିବା ପରେ ବି ଆଉ ଜଣେ ବ୍ୟକ୍ତି ଜୋରଜବରଦସ୍ତି କ୍ଷମତା ଅଳଙ୍କୃତ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଆଦୌ ସମ୍ମିଚୀନ ନୁହେଁ ବୋଲି ରୋକଠୋକ କହିଛନ୍ତି ଧର୍ମେନ୍ଦ୍ର । ଆଉ କେନ୍ଦ୍ରମନ୍ତ୍ରୀଙ୍କ ଏମିତି ବୟାନକୁ ନେଇ ଜୋର ଧରିଲାଣି ରାଜନୈତିକ ଚର୍ଚ୍ଚା ।
