ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଜେଡି ହାରିବାର 3ଟି କାରଣ ଅଛି । ପ୍ରଥମ କାରଣ ଦୁର୍ନୀତି ଓ ଭ୍ରଷ୍ଟାଚାର । ଦ୍ୱିତୀୟ କାରଣ କୁଶାସନ । ତୃତୀୟ କାରଣ ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତା ।
କିଛି ଲୋକ କ୍ଷମତା ହଡପ ପାଇଁ ପଛଦ୍ୱାରରୁ ଷଡଯନ୍ତ୍ର କରିଥିଲେ । ଏତିକି ବେଳେ ଲୋକଙ୍କ ଭିତରେ ପୁଞ୍ଜିଭୁତ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏତିକି ବେଳେ ଓଡିଆ ଅସ୍ମିତାକୁ ଅସ୍ତ୍ର କରିଥିଲା ବିଜେପି । ଯାହାକୁ ଭରସା କରିଥିଲେ ରାଜ୍ୟବାସୀ ଓ ଏହାର ଫାଇଦା ମିଳିଲା । ପୂର୍ଣ୍ଣ ସାମର୍ଥ୍ୟ ସହ ଲଢିବାକୁ କେନ୍ଦ୍ରୀୟ ବିଜେପି ସବୁଜ ସଙ୍କେତ ଦେଇଥିଲା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସଂସ୍କୃତି ଓ ପରିଚୟକୁ ନେଇ ଲଢିଥିଲା ବିଜେପି । ଓଡିଆ ଅସ୍ମିତା ପାଇଁ ଲଢିଲୁ । ଏବଂ ଏହାର ଫଳ ମଧ୍ୟ ପାଇଲୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
📱 Get Argus News App
✨