Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମା’ ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Odisha

ମା’ ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ମା’ ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Key Points

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ।

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ । ଏହାସହ ମନ୍ଦିରରେ ନୂତନ ଭୋଗ ମଣ୍ଡପର କରିଛନ୍ତି ଉଦଘାଟନ । ବିଭିନ୍ନ କାରଣ ଯୋଗୁଁ ବନ୍ଦ ରହିଥିଲା 2020 ମସିହାରୁ ମନ୍ଦିରରେ ପ୍ରସାଦ ସେବନ । ଆଜିଠାରୁ ପୁଣି ଏହାର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ନିଜେ ଅନ୍ୟ ଅତିଥିଙ୍କ ସହ ବସି ପ୍ରସାଦ ସେବନ କରିଥିଲେ । ଧର୍ମେନ୍ଦ୍ର କହିଛନ୍ତି, ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବାର କଳ୍ପନା କରାଯାଇଛି । ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାମ କରୁଛନ୍ତି । ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରକଳ୍ପକୁ କେନ୍ଦ୍ରରେ ରଖି ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ହେଉଛି । ସମ୍ବଲପୁର ଭଳି ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ଅଞ୍ଚଳକୁ ଆଧୁନିକ ବ୍ୟବସ୍ଥା ସହ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର କାମ କରୁଛି।

ବୁର୍ଲାରେ ଏକ ମହିଳା ଫୁଟବଲ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର । ନୀତା ଅମ୍ବାନୀ କଟକ ମହିଳା ଫୁଟବଲ କ୍ଲବ ଓ ତାରିଣୀ କ୍ଲବ କେନ୍ଦୁଝର ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ୍ ହୋଇଥିଲା। ନୀତା ଅମ୍ବାନୀ କଟକ ମହିଳା ଫୁଟବଲ କ୍ଲବ ୩-୦ରେ ବିଜୟୀ ହୋଇଥିଲା । ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ବୁର୍ଲା ଷ୍ଟାଡିୟମକୁ ଖୁବଶୀଘ୍ର ନୂତନ ଭାବରେ ତିଆରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ଅଇଁଠାପାଲି ଜାଲାନ ଟାୱାରରେ ଏକ ଇ-ବାଇକ୍‌ ସୋ-ରୁମ୍‌ର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-minister-dharmendra-pradhan-took-blessings-of-maa-samaleswari | Argus News