Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକ ଅଭିବ୍ୟକ୍ତିର ବଡ ପ୍ରତୀକ ଥିଲେ ଅଟଳଜୀ - ଧର୍ମେନ୍ଦ୍ର ପ୍ରଧାନ

Smruti parija
Browse all articles by Smruti parija
·1 year ago·2 min read
ଲୋକ ଅଭିବ୍ୟକ୍ତିର ବଡ ପ୍ରତୀକ ଥିଲେ ଅଟଳଜୀ - ଧର୍ମେନ୍ଦ୍ର ପ୍ରଧାନ

Key Points

• ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଏବଂ ସୁଶାସନ ଦିବସର ଶୁଭେଚ୍ଛା ଜଣାଇଲେ

• ‘ଅଟଳ ଉଦ୍ୟାନ’ର ଉଦଘାଟନ ସହ ଗୋଲଗୁଣ୍ଡା ଛକକୁ ‘ଅଟଳ ଛକ’ ନାମକରଣର ଶୁଭାରମ୍ଭ

• ଓଡ଼ିଶାରେ ବିଜେପି ସରକାରକୁ ଆସିବାରେ ଅଟଳଜୀଙ୍କର ରହିଛି ବଡ ଭୂମିକା

• ଓଡ଼ିଶାର ପଶ୍ଚିମାଞ୍ଚଳରେ ମରୁଡ଼ି ପଡିଥିବା ବେଳେ ଅଟଳଜୀ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାକୁ ଟ୍ରେନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ

• ଅଟଳଜୀଙ୍କ ବିକାଶ ଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତବର୍ଷରେ ତ୍ୱରାନ୍ୱିତ କରୁଛନ୍ତି

• ଦେଶର ବିକାଶରେ ବାଜପେୟୀଙ୍କ ଅତୁଳନୀୟ ଅବଦାନ ସର୍ବଦା ତାଙ୍କୁ ଅମର କରି ରଖିବ

• ଏହି ସାଧୁ ଉଦ୍ୟମ ପାଇଁ ଜିଲ୍ଲା ପ୍ରଶାସନ ଓ ‘ଅଟଳ ବିହାରୀ ବାଜପେୟୀ ସ୍ମୃତି ସମିତି’କୁ ଧନ୍ୟବାଦ

ବୁର୍ଲା: ରାଷ୍ଟ୍ର ନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ବିଚାରଧାରା । ସେ ଲୋକ ଅଭିବ୍ୟକ୍ତିର ବଡ ପ୍ରତୀକ ଥିଲେ ବୋଲି ବୁଧବାର ସମ୍ବଲପୁର ବୁର୍ଲା ଠାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଏବଂ ସୁଶାସନ ଦିବସ ଅବସରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଏହି ଅବସରରେ ଶ୍ରୀ ପ୍ରଧାନ ‘ଅଟଳ ଉଦ୍ୟାନ’ର ଉଦଘାଟନ ସହ ଗୋଲଗୁଣ୍ଡା ଛକକୁ ‘ଅଟଳ ଛକ’ ନାମକରଣର ଶୁଭାରମ୍ଭ କରିଥିଲେ । ଅଟଳଜୀଙ୍କ ଜନ୍ମ ଶତବାର୍ଷିକୀରେ ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ପ୍ରଣାମ ଜଣାଇ ଉନ୍ମୋଚିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଆମ ସମସ୍ତଙ୍କ ମାର୍ଗଦର୍ଶକ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଭାରତକୁ ବିଶ୍ୱ ମାନଚିତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିଥିଲା । ଓଡ଼ିଶାରେ ବିଜେପି ସରକାରକୁ ଆସିବାର ବଡ ଭୂମିକା ଅଟଳଜୀଙ୍କର ମଧ୍ୟ ରହିଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରେ ମରୁଡ଼ି ପଡିଥିବା ବେଳେ ଅଟଳଜୀ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାକୁ ଟ୍ରେନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିରୁ ଓଡ଼ିଶା ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତା ପ୍ରମାଣିତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦେଶର ଜଣେ ପ୍ରବୀଣ ରାଜନେତା, ସାଂସଦ ଓ ବିରୋଧୀ ଦଳ ନେତା ଭାବରେ ଓଡ଼ିଶା ପ୍ରତି ବାଜପେୟୀଜୀଙ୍କ ଭଲ ପାଇବା ଥିଲା ଅନନ୍ୟ । ତାଙ୍କର ବିକାଶ ଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତବର୍ଷରେ ତ୍ୱରାନ୍ୱିତ କରୁଛନ୍ତି । ଆମ ରାଜ୍ୟ ଓଡ଼ିଶା ସମେତ ଦେଶର ବିକାଶରେ ଅଟଳଜୀଙ୍କର ଅତୁଳନୀୟ ଅବଦାନ ସର୍ବଦା ତାଙ୍କୁ ଅମର କରି ରଖିବ । ଆଜିର ସାଧୁ ଉଦ୍ୟମ ପାଇଁ ଜିଲ୍ଲା ପ୍ରଶାସନ ଓ ‘ଅଟଳ ବିହାରୀ ବାଜପେୟୀ ସ୍ମୃତି ସମିତି’କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Sponsored
union-minister-dharmendra-pradhan-unveils-statue-of-atal-bihari-vajpayee-in-sambalpur-burla | Argus News