Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସନାତନ ଧର୍ମ ଓ ହିନ୍ଦୁ ଲୋକଙ୍କର ବଡ଼ ଆସ୍ଥା ହେଉଛନ୍ତି ଗୋମାତା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସନାତନ ଧର୍ମ ଓ ହିନ୍ଦୁ ଲୋକଙ୍କର ବଡ଼ ଆସ୍ଥା ହେଉଛନ୍ତି ଗୋମାତା

ସମ୍ବଲପୁର: ୨ ଦିନିଆ ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକୃଷ୍ଣ ଗୋଶାଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ହିନ୍ଦୁ ଧର୍ମରେ ଗୋମାତାଙ୍କ ସ୍ଥାନ ସ୍ଵତନ୍ତ୍ର । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାରେ ଗୋପାଳନ କରାଯାଏ । ଏଠାକୁ ଆସି ନିଜକୁ ସୌଭାଗ୍ୟଶାଳୀ ଅନୁଭବ କରୁଥିବା କହିଛନ୍ତି ମନ୍ତ୍ରୀ ।


ପୁଟାପାଲି ଶ୍ରୀକୃଷ୍ଣ ଗୋଶାଳାରେ ରାଧାକୃଷ୍ଣଙ୍କ ନୂତନ ମନ୍ଦିର ମଧ୍ୟ ପ୍ରତିଷ୍ଠା ହୋଇଛି । ଏହି ଅବସରରେ ଗୋ ଚାଲାଣ ଉପରେ ମତ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି, ସନାତନ ଧର୍ମ ଓ ହିନ୍ଦୁ ସମାଜ ଲୋକଙ୍କର ବଡ଼ ଆସ୍ଥା ହେଉଛନ୍ତି ଗୋମାତା । ଗୋ ଚାଲାଣ ବନ୍ଦ ପାଇଁ ବିଜେପି ସରକାର ନିଷ୍ପତ୍ତି ନେଉଛନ୍ତି । କେବଳ ଗୋ ଚାଲାଣ ବନ୍ଦ କଲେ ହେବନି ଗୋ ସମ୍ପଦକୁ ସୁରକ୍ଷିତ ରଖିବା ବି ଆମ୍ ପାଇଁ ବଡ଼ ଆହ୍ଵାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ନୂଆ ସରକାର ଗୋ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ଗୋଶାଳା ଗୁଡ଼ିକୁ ସହଯୋଗ କରୁଛନ୍ତି । ଗୋ ସମ୍ପଦର ସୁରକ୍ଷା ଓ ବିକାଶ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନେକ ପଦକ୍ଷେପ ନେଇଛନ୍ତି । ନୂଆ ଗୋଶାଳା ଖୋଲିବା, ସୁରକ୍ଷା ଦେବା ସହ ଗୋରୁ ସମ୍ପଦ ପ୍ରତି ୨୦ ହଜାର ଦବା ଲାଗି ବ୍ୟବସ୍ଥା ହୋଇଛି । ଆଗକୁ ଆହୁରି ବଢ଼ାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଆଜି ଶ୍ରୀକୃଷ୍ଣା ଗୋଶାଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ରାଧାକୃଷ୍ଣଙ୍କ ନୂତନ ମନ୍ଦିର ଦର୍ଶନ କରିବା ସହ ନାମ ସଂକୀର୍ତ୍ତନ ହୋମ ଯଜ୍ଞରେ ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ । ଏହା ସହ ଗୋଶାଳାରେ ଗୋମାତାକୁ ପୂଜାର୍ଚ୍ଚନା କରି ଘାସ ଖୁଆଇଥିଲେ ।

Sponsored
Union Minister Dharmendra Pradhan Visits Cow Shelter In Sambalpur | Argus News