Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ

Smruti Parija
Browse all articles by Smruti Parija
·1 year ago·2 min read
ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ

Key Points

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ

କେନ୍ଦ୍ରମନ୍ତ୍ରୀଙ୍କୁ ଝୁଟୁଛି ଶୁଭେଚ୍ଛାର ସୁଅ

ମା’ ଦକ୍ଷିଣକାଳୀଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । ଏହି ଅବସରରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀଙ୍କୁ ଝୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଭାରତର ଶିକ୍ଷା କ୍ଷେତ୍ରକୁ ଉନ୍ନତ କରିବା ପାଇଁ ତାଙ୍କର ପ୍ରୟାସ, ଗବେଷଣା ଏବଂ ନବସୃଜନ ଉପରେ ଧ୍ୟାନ ଦେବା କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।



ଏହି ଅବସରରେ ରୀ ସାକ୍ଷୀଗୋପାଳ ବୀର ଗୋବିନ୍ଦପୁର ସ୍ଥିତ ମା’ ଦକ୍ଷିଣକାଳୀ ମନ୍ଦିର ଯାଇ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମା'ଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ । ସମ୍ବଲପୁରର ମାଆ ସମଲେଶ୍ଵରୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ଜଳନ କଲା ସମ୍ବଲପୁର ଜାଗରଣ ସ୍ଵେଚ୍ଛାସେବୀ ଅନୁଷ୍ଠାନ । ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଫ୍ୟାନ୍ କ୍ଲବ ପକ୍ଷରୁ ମଧ୍ୟ ମା' ସମଲେଶ୍ଵରୀଙ୍କଠାରେ ସମୂହ ଦୀପ ଦାନ ସହ କେନ୍ଦ୍ରମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି।


ସେପଟେ ତାଳଚେରରେ ହନୁମାନ ମନ୍ଦିରରେ ଦୀପଦାନ କରିବା ସହ ଅସହାୟ ଗରିବଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି । ଢେଙ୍କାନାଳରେ ବି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ୫୬ତମ ଜନ୍ମଦିନ ପାଳନ ହୋଇଯାଇଛି । କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ବାବା ବୁଦ୍ଧେଶ୍ବରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଦୀର୍ଘାୟୁ କାମନା କରିଥିଲେ । ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

Sponsored
union-minister-dharmendra-pradhan-visits-maa-dakhinakali-temple-on-his-birthday | Argus News