ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର : ଗ୍ୟାସ କ୍ରିମାଟୋରିଅମର କରିବେ ଉଦଘାଟନ
·1 year ago

ଅର୍ଗସ ବ୍ୟୁରୋ : ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ବୁଝାମଣା ପତ୍ର ସ୍ବାକ୍ଷର ସମାରୋହ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରେ କଟକ ଖାନନଗରରେ ଗ୍ୟାସ କ୍ରିମାଟୋରିଅମର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ଏହା ପରେ କଟକ ଓଡ଼ିଆ ବଜାରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବେ କେନ୍ଦ୍ରମନ୍ତ୍ରୀ। ଏହାସହ ନେତାଜୀ ସ୍ମାରକୀ ପ୍ରତିଷ୍ଠାନର ଉଦଘାଟନ କରିବେ। କଟକ ଟାଉନ ହଲରେ ଆର୍ଟ ଗ୍ୟାଲେରୀର ଉଦଘାଟନ କରିବେ। ପରେ ଦିଲ୍ଲୀ ଫେରିଯିବେ କେନ୍ଦ୍ରମନ୍ତ୍ରୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
