କିଶୋରନଗର ଓ ରେଢାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ବାଗତ

ସମ୍ବଲପୁର: କିଶୋରନଗର ଓ ରେଢାଖୋଲରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ବାଗତ । ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି ପାଇଁ ଗୁଣ୍ଡୁଚିମୂଷାର ଦାୟିତ୍ବ ନେବି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଗତିଶୀଳ ଓ କୃଷିଭିତ୍ତିକ ଅଞ୍ଚଳ ଆଠମଲ୍ଲିକକୁ ଆଧୁନିକ ଦୁନିଆ ସହ ଯୋଡିବା ସହ ସମ୍ବଲପୁରବାସୀଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ସମସ୍ତେ ତତ୍ପର ହେବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
କାର୍ଯ୍ୟକର୍ତ୍ତାମାନେ ରାଜନୀତିରେ ଜନସେବାକୁ ଜୀବନର ବ୍ରତୀ ଭାବେ ଗ୍ରହଣ କରିବା ଦରକାର । ଆଗାମୀ ଦିନରେ ସମ୍ବଲପୁର ସମେତ ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି କରିବା ଦାୟିତ୍ୱକୁ ବ୍ୟବସ୍ଥା ପାଖରେ ପହଞ୍ଚାଇବା ପାଇଁ ମୁଁ ଗୁଣ୍ଡୁଚିମୂଷାର ଦାୟିତ୍ୱ ନେବି ବୋଲି ଆଠମଲ୍ଲିକ ଓ ରେଢାଖୋଲ ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଭିନ୍ନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।