Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

Smruti Parija
Browse all articles by Smruti Parija
·2 years ago·1 min read
ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଅର୍ଗସ ବ୍ୟୁରୋ: ଅକ୍ଷୟ ତୃତୀୟାରେ ସମ୍ବଲପୁର ସାପଲହରା ଗାଁରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଆଜି ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିଛନ୍ତି । ଓଡ଼ିଶା ସମେତ ଦେଶର ଚାଷୀମାନଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଆ ପରମ୍ପରାରେ ଆଜି ଓଡ଼ିଆଙ୍କ ପାଇଁ ଏବଂ ଚାଷୀ ଭାଇଙ୍କ ପାଇଁ ଏକ ଶୁଭ ଦିନ । 

ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ତିଆରି କାମ ଆରମ୍ଭ ହେଉଛି । ଶୀତଳଷଷ୍ଠୀର କାର୍ଯ୍ୟକ୍ରମ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହି ପବିତ୍ର ଦିନରେ  ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ଖୁସି । ଆମ ରାଜ୍ୟ ଓଡ଼ିଶା ଏକ କୃଷି ଆଧାରିତ ରାଜ୍ୟ । ଆଗାମୀ ଦିନ ମାନଙ୍କରେ ଆମ ଦେଶ ଏକ ନମ୍ବର ହେଉ, ପ୍ରଗତି ପଥରେ ଯାଉ । ଚାଷୀ ଭାଇମାନଙ୍କର ଜମିରେ ଭଲ ଫସଲ ହେଉ । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (मोदी का परिवार) (@dpradhanbjp) May 10, 2024

 

Sponsored
Union Minister Dharmendra Pradhan whishes-on-akshaya-tritiya | Argus News