|
logo
Live

Argus News - ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ

Odisha

ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ

Key Points

  • ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ଥିର ହୋଇଛି
  • ଓଡ଼ିଆ ହିଁ ହେବ ମୁଖ୍ୟମନ୍ତ୍ରୀ
  • ପଛ କବାଟ ବାଟେ ପଶୁଥିବା ଲୋକଙ୍କୁ ଡର ଲାଗୁଥିବ

ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ? କିଏ ହେବ ବୋଲି ବାରମ୍ବାର ପଚାରୁଥିଲା ବିଜେଡି । ହେଲେ ଆଜି ଜବାବ ଦେଇ ବିଜେଡିର ମୁହଁ ବନ୍ଦ କରିଦେଇଛନ୍ତି ଧର୍ମେନ୍ଦ୍ର ।

ରାଜ୍ୟ ଶାସନ ଏବେ ଆଉଟ ସୋର୍ସିଂ ହେଲାଣି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅଛନ୍ତି, କିନ୍ତୁ ଶାସନ ଅନ୍ୟ ଜଣେ କରୁଛନ୍ତି । ଏ କଥା ଖୋଦ ପ୍ରଧାନମନ୍ତ୍ରୀ ବି କହିସାରିଛନ୍ତି । ହେଲେ ସତ ମାନିବାକୁ ନାରାଜ ନବୀନ ବାବୁ ଓ ତାଙ୍କର କୁହାଳିଆ ନେତା । ଗଲା ୩ରୁ ୪ ଦିନ ହେଲାଣି ଗୁମାସ୍ତା ଯୁଆଡ଼େ ଗସ୍ତ କରୁଥିଲେ ସିଆଡ଼େ ଗୋଟିଏ ପ୍ରଶ୍ନ କରୁଥିଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ହେଲେ ଏବେ ଗୁମାସ୍ତାଙ୍କୁ ମିଳିଯାଇଥିବ ତାଙ୍କ ସବୁ ପ୍ରଶ୍ନର ଉତ୍ତର । ଏବେ ତ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ସାରା ରାଜ୍ୟ ଜାଣିଲା । ବିଜେଡିର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ ? ଶାସନ ଚଳାଉଛି କିଏ ? ନବୀନ ବାବୁ ଏନେଇ କାହିଁକି ମୁହଁ ଖୋଲୁନାହାନ୍ତି ? କାରଣ ସେ ବି ସତ ଜାଣିଛନ୍ତି । ସେଇଥି ଲାଗି ତ ପଦୁଟିଏ ସତ କହିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ।

ବିଜେଡିର କ୍ଷମତା କେନ୍ଦ୍ରରେ ପାଣ୍ଡିଆନ ବସିବା ପରେ ଏବେ ଦଳରେ ବି ପ୍ରବଳ ମାତ୍ରାରେ ଗୋଷ୍ଠୀ କନ୍ଦଳ ରହିଛି । କାରଣ ରାଜ୍ୟରେ ଶହଶହ ନେତା ଥିବା ପରେ ବି କାହିଁକି ଜଣେ ତାମିଲ ଅଧିକାରୀଙ୍କୁ ପାୱାର ଦିଆଯାଇଛି ତାହାକୁ ନେଇ ପ୍ରଶ୍ନ ଖୋଦ ଦଳର ନେତା ହିଁ ଉଠାଇଛନ୍ତି । ହେଲେ ଏବେ ଯେଉଁ ପରି ଭାବରେ ମୁଖ୍ୟମନ୍ତ୍ରୀ କିଏ ମୁଖ୍ୟମନ୍ତ୍ରୀ କିଏ ବିଜେଡି ବାଲା ବାୟା ହେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ...ପାୱାର ପାଇଁ ବିକଳ ହେଲାଣି ବିଜେଡି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବିଜେଡିର ଆଉ ରକ୍ଷାନାହିଁ । ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ୍‌ ସୋ' କରିବା ସହ ଅନୁଗୁଳ ଓ କଟକରେ ଜନସଭାକୁ ସମ୍ବୋଧନ କରିବେ । ଖାଲି ସମ୍ବୋଧନ କାହିଁକି ? ବରଂ ନବୀନଙ୍କର ପୁଣି ପୋଲ ଖୋଲିବେ । ତେଣୁ କେମିତି ପଦ୍ମର ମୁକାବିଲା କରିବ ଶଙ୍ଖ ଏବେଠୁ ଚିନ୍ତାରେ ବିଜେଡି ଦଳ ।

 

Sponsored
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ | Argus News