Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାରତୀୟ ପ୍ରବାସୀ ଦିବସ ପାଇଁ ଓଡ଼ିଶାକୁ ବାଛିଥିବାରୁ କୃତଜ୍ଞତା ଦେଲେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ଭାରତୀୟ ପ୍ରବାସୀ ଦିବସ ପାଇଁ ଓଡ଼ିଶାକୁ ବାଛିଥିବାରୁ କୃତଜ୍ଞତା ଦେଲେ କେନ୍ଦ୍ରମନ୍ତ୍ରୀ

Key Points

ଭାରତୀୟ ପ୍ରବାସୀ ଦିବସ ପାଇଁ ଚଳିତ ଥର ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଉଛି ।

ଭୁବନେଶ୍ୱର: ଭାରତୀୟ ପ୍ରବାସୀ ଦିବସ ପାଇଁ ଚଳିତ ଥର ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଉଛି । ଏହା ଦ୍ୱାରା ଓଡ଼ିଶାକୁ ସାରା ବିଶ୍ୱର ଲୋକ ଜାଣିଲେ । ଏଠିକାର ଲୋକଙ୍କ ଆତିଥ୍ୟ ମଧ୍ୟ ଜାଣିବାକୁ ପାଇଲେ । ମୁଁ ଯେତେ ଲୋକଙ୍କୁ ଭେଟିଲାଣି ସମସ୍ତେ କହୁଛନ୍ତି ଏଠିକାର ଲୋକଙ୍କ ଆତିଥ୍ୟ ବହୁତ ଭଲ । ଏଠିକାର ଆତିଥ୍ୟକୁ ବୈଷୟିକ ସ୍ତରର ଅତିଥିମାନେ ବହୁତ ପସନ୍ଦ କରିଛନ୍ତି । ଏଠିକାର ପରିବେଶକୁ ପସନ୍ଦ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଆୟୋଜନ ବହୁତ ଉଚ୍ଚସ୍ତରୀୟ ହୋଇଛି ବୋଲି କହୁଛନ୍ତି । ଗୋଟେ ଆନ୍ତର୍ଜାତିକ ସ୍ତରର ଉତ୍ସବ ଆମ ରାଜ୍ୟ ପାଳନ କରିପାରିଛି ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଧନ୍ୟବାଦ ଦେଉଛି ଓଡିଶାକୁ ଏହି ମର୍ଯ୍ୟାଦା ଆଣିଥିବାରୁ ଏବଂ ଓଡ଼ିଶାର ମାନ ସମ୍ମାନ ବଢ଼ାଇଥିବାରୁ ।


ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱର ନେତା । ଯେଉଁ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଭାରତରୁ ଆରମ୍ଭ କରିଥିଲେ ଗୋଟିଏ ଗଛ ମାଆଙ୍କ ନାମରେ ଲଗାଇବା ତାକୁ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି । କାରଣ ବିଶ୍ୱର ନେତା ବିଶ୍ୱର କଥା ଭାବେ ସେହିପରି ପ୍ରଧାନମନ୍ତ୍ରୀ ତାହା କରିଛନ୍ତି । ଗୋଟିଏ ଗୋଟିଏ ଗଛ ଲଗାଇ ବିଶ୍ୱ ପରିବେଶକୁ ସନ୍ତୁଳନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ । ଏହା ଏକ ସାଧୁ ଉଦ୍ୟମ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ହେଉଛି ଐତିହ୍ୟ ଓ ପରମ୍ପରାର ଏକ ଅପାର ଗନ୍ତାଘର । ଭାରତର ପରମ୍ପରା, ଐତିହ୍ୟ ଓ ଐତିହାସିକ ପୃଷ୍ଠଭୂମିରେ ଏହାକୁ ଦେଖାଇବା ପାଇଁ ବିଶ୍ଵ ସ୍ତରର ପର୍ଯ୍ୟଟକମାନେ ଆସନ୍ତୁ ତାହା ପ୍ରବାସୀ ମାନେ ଭାରତର ଆମ୍ବାସଡ଼ର ଭାବେ କାମ କରନ୍ତୁ ଏଇଟା ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।


ଓଡ଼ିଶା ହେଉଛି ଶାନ୍ତିର ମାଟି । କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜିଛି । ତେଣୁ ଯୁଦ୍ଧ ନୁହେଁ ବୁଦ୍ଧର ଆହ୍ୱାନ ଦେଇକି ଆମର ବହୁତ ପୁରୁଣା ଐତିହାସିକ ତଥ୍ୟକୁ ଏବଂ ତାର ସମାଜରେ ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି । ଶାନ୍ତିର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ରକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଏବଂ ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶା ମର୍ଯ୍ୟାଦା ବଢ଼ାଇଛନ୍ତି । ବିଶ୍ୱର ଯୁବକମାନଙ୍କ ଦେଶ ହେଉଛି ଭାରତ । ଆଗମୀ ଦିନରେ ଯୁବକ କାନ୍ଧରେ ହିଁ ଭାରତର ନେତୃତ୍ୱ ଆଗକୁ ବଢିବ ।

Sponsored
Union Minister expresses gratitude for choosing Odisha for Indian Migrants Day | Argus News