ଆଉନାହାନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ

Key Points
ଆଉନାହାନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ
୯୧ ବର୍ଷ ବୟସରେ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ବିୟୋଗ
ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
ଆଉନାହାନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ । ୯୧ ବର୍ଷ ବୟସରେ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ବିୟୋଗ । ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ଏନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ କେନ୍ଦ୍ରମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସମ୍ବଲପୁରର ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦଶନ୍ଧି ଦଶନ୍ଧି ଧରି ସମ୍ବଲପୁରୀ ସାହିତ୍ୟ ତଥା ସଙ୍ଗୀତ କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ରଖି ସେ ଆମ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେ ଥିଲେ ଜଣେ ନୀରବ ସାଧକ । ସମ୍ବଲପୁରୀ ସାହିତ୍ୟ ଜଗତ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
📱 Get Argus News App
✨ସମ୍ବଲପୁରର ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦଶନ୍ଧି ଦଶନ୍ଧି ଧରି ସମ୍ବଲପୁରୀ ସାହିତ୍ୟ ତଥା ସଙ୍ଗୀତ କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ରଖି ସେ ଆମ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେ ଥିଲେ ଜଣେ ନୀରବ ସାଧକ । ସମ୍ବଲପୁରୀ ସାହିତ୍ୟ ଜଗତ ପ୍ରତି ତାଙ୍କର… pic.twitter.com/sYjh2wjPhA
— Dharmendra Pradhan (@dpradhanbjp) August 20, 2025
୨୦୨୩ ଜାନୁଆରୀରେ ଗୀତିନାଟ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ ସରକାର । ସେ ସମ୍ବଲପୁରୀ ଭାଷା ସାହିତ୍ୟରେ ଅନେକ ଗୀତ ଓ ନାଟକ ରଚନା କରିଛନ୍ତି । କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା l ବିନୋଦ ପଶାୟତଙ୍କ ଜନ୍ମ ୧୯୩୫ ମସିହା ବଲାଙ୍ଗୀର ସହରର ଟିକରାପଡ଼ାଠାରେ ହୋଇଥିଲା l ୧୯୫୩ ମସିହାରେ ସେ ସମ୍ବଲପୁର ଆସି ଏହିଠାରେ ରହି ଯାଇଥିଲେ l ପଶାୟତ ଅଲ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ଥିଲେ l "ହାଏ କୃଷ୍ଣ ହାଏ କୃଷ୍ଣ " ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ କରିଥିଲେ । ଏହି ଭଜନ ତାଙ୍କୁ ବେଶ୍ ପ୍ରସିଦ୍ଧି ଦେଇଥିଲା l