ଡେଙ୍ଗୁରେ ଚାଲିଗଲେ ଜୁଏଲ ଓରାମଙ୍କ ପତ୍ନୀ

ଭୁବନେଶ୍ୱର: ଡେଙ୍ଗୁରେ ଚାଲିଗଲେ କେନ୍ଦ୍ରୀୟ ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ । ସ୍ବର୍ଗତ ପତ୍ନୀ ଝିଙ୍କିଆ ଓରାମ ୫୮ ବର୍ଷରେ ଦେହାନ୍ତ ହୋଇଛି। ଏକ ଘରୋଇ ହସ୍ପିଟାଲ୍ ରେ ସାତ ଦିନ ଧରି ଡେଙ୍ଗୁ ରୋଗରେ ଚିକିତ୍ସା ହେଉଥିଲେ। ଶେଷରେ ଶନିବାର ରାତି ପ୍ରାୟ ୧୧ଟା ସମୟର ତାଙ୍କର ଦେହାନ୍ତ ହୋଇଥିବା ନେଇ ଖବର ପହଞ୍ଚିଥିଲା। ଲୁଁବିନି ବିହାର ଏଚ ଆଇ ଜି ୧୧୪ ନମ୍ୱର୍ ପ୍ଲଟରେ ଜୁଏଲ ଓରାମଙ୍କ ପତ୍ନୀଙ୍କ ମର ଶରୀରଙ୍କୁ ଶେଷ ଦର୍ଶନ ଲାଗି ଜୁଏଲ ଓରାମଙ୍କ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହିତ ପହଞ୍ଚିଥିଲେ ବାଚସ୍ପତି, ଉପ ବାଚସ୍ପତି, ସ୍ୱାସ୍ଥ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ସମେତ ବହୁ ବିଧାୟକ ଏବଂ ବିଜେପିର ସଭାପତି, ଉପସଭାପତି, ପୂର୍ବତନ ସଭାପତି ସହ ଅନେକ କର୍ମୀ ଉପସ୍ଥିତ ରହିଥିଲେ। ଜୁଏଲ ଓରାମଙ୍କ ଭଉଣୀ, ଝିଙ୍ଗିଆଙ୍କ ଭଉଣୀ, ଦୁଇ ଝିଅ ସହିତ ସପରିବାର ଉପସ୍ଥିତ ଥିଲେ। ବିଳମ୍ୱିତ ରାତ୍ରି ସମୟର ଭୁବନେଶ୍ୱରର ଲୁଁବିନୀ ବିହାରରୁ ନିଜ ଜନ୍ମ ଭୂମି କେନ୍ଦୁଡିହିକୁ ମରଶରୀର ଯାଇଛି। ସେଠାରେ ତାଙ୍କର ଶେଷ କୃତ୍ୟସମ୍ପନ୍ନ ହେବ ବୋଲି ସୂଚନା ଦେଇଛନ୍ତି ଜୁଏଲ ଓରାମ।
ଭାରତୀୟ ଜନତା ପାର୍ଟିର ସହ ବହୁ କର୍ମୀ ଏବ ନେତାଙ୍କ ପାଇଁ ସେ ଏକ ସ୍ନେହୀ ଥିଲେ। ମେଳାପି ଥିଲେ। ଯେଉଁମାନେ ଜୁଏଲ ଓରାମଙ୍କ ଘରକୁ ଦେଖା କରିବାକୁ ଆସୁଥିଲେ ସେମାନଙ୍କ ସହିତ ଅତି ନିଜର ଭାବେ ମିଶୁଥିଲେ ତାସହିତ ରହିବା ଖାଇବା କଥା ବୁଝୁଥିଲେ। ଜୁଏଲ ଓରାମଙ୍କ ଦୀର୍ଘ ଦିନର ରାଜନୈତିକ ଜୀବନରେ ଝିଙ୍ଗିଆଙ୍କର ପ୍ରମୁଖ ଭୂମିକା ରହିଛି । ଯେତେବେଳେ ଜୁଏଲ ଓରାମ ଘର୍ ଛାଡ଼ି ରାଜନୀତି କଥା ବୁଝିଥାନ୍ତି ସେତେବେଳେ ଝିଙ୍ଗିଆ ତାଙ୍କର ସମସ୍ତ ଘରର ଦାୟିତ୍ଵ ବୁଝୁଥିଲେ। ସମଗ୍ର ପରିବାରକୁ ଗୋଟେ ସ୍ରୋତରେ ବାନ୍ଧିବାକୁ ଯେଉଁ ଗୁଣ ତାହା ଝିଙ୍ଗିଆଙ୍କ ମଧ୍ୟରେ ଥିଲା।
ତେଣୁ ତାଙ୍କର ମର ଶରୀରକୁ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଜୁଏଲ ଓରାମଙ୍କ ପରିବାର ସହ ଅଛି ସମବେଦନା ଜଣାଉଛୁ ସେ ଜଣେ ଆମର ପରିବାର ଭଳି। ବହୁ ଗଭୀର ଶୋକ ପ୍ରକାଶ କରୁଛୁ। ଝିଙ୍ଗିଆଙ୍କ ଆତ୍ମାର ସଦଗମତି ନିମନ୍ତେ ଆମେ ସମସ୍ତେ ଗୋଟିଏ ପରିବାର ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଉଛୁ। ତାଙ୍କର ମର ଶରୀର ପୈତୃକ ଗ୍ରାମକୁ ନିଆଯିବା ପାଇଁ ସମସ୍ତ ବ୍ୟବସ୍ଥା କରିଛୁ। ଏଥିସହିତ ଡେଙ୍ଗୁରେ ତାଙ୍କର ପ୍ରାଣହାନୀ ହୋଇଥିବାରୁ ଅତ୍ୟନ୍ତ ଦୁଃଖ ଦାୟକ । ଚିକିତ୍ସାରେ ଅବହେଳା ହୋଇନି କିନ୍ତୁ ନୀତିର ନିୟତି ସେତିକି ଲେଖା ଥିଲା ତାଙ୍କର ଜୀବନରେ। କିନ୍ତୁ ଡେଙ୍ଗୁ ସ୍ଥିତି କୁ ବିଭାଗ ଗୁରୁତ୍ୱ ଦେଇଛି। ଡେଙ୍ଗୁ ସ୍ଥିତି ଉପରେ ଆମେ ନଜର ରଖିଛୁ। ନିୟନ୍ତ୍ରଣକୁ ଆଣିବା ପାଇଁ ଯାହା ଆବଶ୍ୟକ କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦିଆଯାଇଛି। ମୁଁ ସମୀକ୍ଷା କରିଥିଲି। ଖୋର୍ଦ୍ଦା ଜିଲ୍ଲାରେ ସର୍ବାଧିକ ରହିଛି। ଟେଷ୍ଟିଙ୍ଗ ଏବଂ ଲକ୍ଷଣ ଅଧିକ ରହୁଛି। ଭୁବନେଶ୍ୱର ପାଇଁ ବିଏମସି ସହ ଆମେ ଯୋଗାଯୋଗରେ ଅଛୁ। ଯାହା ପ୍ରତିରୋଧ ଆବଶ୍ୟକ ନେବାକୁ କୁହାଯାଇଛି। ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ଼ ଏବଂ ପ୍ଲେଟଲେଟ ମହଜୁଦ ପାଇଁ କୁହାଯାଇଛି।