Videos
|
Odisha

କୁସୁମା ଦୁର୍ନୀତିର ଖୋଲିବ ଗୁମର, ମନ୍ତ୍ରୀ ଦେଲେଣି ଇସାରା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କୁସୁମା ଦୁର୍ନୀତିର ଖୋଲିବ ଗୁମର, ମନ୍ତ୍ରୀ ଦେଲେଣି ଇସାରା

Key Points

  • ଖୋଲିବ କୁସୁମା ଦୁର୍ନୀତିର କଳାକାହାଣୀ
  • କେନ୍ଦ୍ରମନ୍ତ୍ରୀ କହିଲେ, ସବୁ ଦୁର୍ନୀତିର ହେବ ତଦନ୍ତ
  • ଦୋଷୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ

ଅର୍ଗସ ବ୍ୟୁରୋ: କୁସୁମାରେ କେତେ ଓ କେଉଁ ପରିମାଣରେ ହୋଇଛି ଦୁର୍ନୀତୀ ? ସେସବୁର ଗୁମର ଏବେ ଖୋଲିବ  । ଦୁର୍ନୀତିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ହେବ ଷ୍ଟ୍ରଙ୍ଗ ଆକ୍ସନ । ଯାଜପୁର ଗସ୍ତରେ ଯାଇ କିଛି ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଆଉ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଟିପ୍ପଣୀ ପରେ ଏବେ କେବଳ ଯାଜପୁରରେ ନୁହେଁ ବରଂ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ।  

କୁସୁମାକୁ ନେଇ ବିବାଦ ଘେରକୁ ଆସିଥିଲା ଯାଜପୁର । କେମିତି କୁସୁମାରେ କୋଟି କୋଟି ଟଙ୍କାର ଦୁର୍ନୀତି କରି ବବି ଦାସ ନିଜ ପକେଟ୍‌ ଗରମ କରିଥିଲେ ତାହାର ଖୁଲାସା କରିଥିଲା ଅର୍ଗସ ନ୍ୟୁଜ । ଖାସ କରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ୍‌ କରିଥିଲେ ବବି । ସତ ଧରାପଡିବା ପରେ କେତେବେଳେ କ୍ରୀଡା ବିଭାଗ ତ ଆଉ କେତେବେଳେ ଅନ୍ୟ ବିଭାଗ ଅଧୀନରେ କୁସୁମାରେ କାମ ହେଉଥିବା କହିଥିଲା ପୌର ପ୍ରଶାସନ । ହେଲେ କ୍ରାଡା ବିଭାଗ ଅଧୀନରେ କାମ ହୋଇନି ବୋଲି ବିଭାଗ ସ୍ପଷ୍ଟ କରିବା ପରେ ବବି କେମିତି ଦୁର୍ନୀତି କରିଥିଲେ ସେନେଇ ପର୍ଦ୍ଦାଫାଶ ହୋଇଥିଲା ।

ତେବେ କୁସୁମା ଦୁର୍ନୀତିକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ହେଉଥିବା ବେଳେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଯାଜପୁର ଗସ୍ତରେ ଆସି କହିଛନ୍ତି, ପୂର୍ବ ସରକାର ସମୟରେ ଜିଲ୍ଲାରେ ହୋଇଥିଲା ଶହ ଶହ କୋଟିର ବେଆଇନ ପ୍ରକଳ୍ପ । ସେ ସବୁ ପ୍ରକଳ୍ପ ମାଧ୍ୟମରେ ଗୁପ୍ତ ଟେଣ୍ଡର କରି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ସବୁ ଦୁର୍ନୀତିର ତଦନ୍ତ ହେବ । ଆଇନ ଅନୁଯାୟୀ ଆକ୍ସନ ବି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟସଭା ସାଂସଦଙ୍କଠୁ ଆରମ୍ଭ କରି ଲୋକସଭା ସାଂସଦଙ୍କ ହାତପାଣ୍ଠି ପର୍ଯ୍ୟନ୍ତ, ଯାଜପୁରରେ  ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିଲା । ମୋଟ୍‌ ଉପରେ ବିଜେଡି ସରକାର ସମୟରେ ଯାଜପୁର ସାଜିଥିଲା ଦୁର୍ନୀତିର ପ୍ରୟୋଗଶାଳା, ଯେଉଁ ମାଟିର କଥା ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲେଖାଯାଇଥିଲା କେବଳ ପ୍ରଣବଙ୍କ ପାଇଁ ଦୁର୍ନୀତ ଜନ୍ମ ଦେଇଥିଲା ଯାଜପୁରରେ ବୋଲି ଲୋକେ କହୁଛନ୍ତି, ସେପଟେ ଯାଜପୁର ବିଜେପି ଜିଲ୍ଲା ସଭାପତି ଗୌତମ ରାୟ କହିଛନ୍ତି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖୁବଶୀଘ୍ର ଯାଜପୁରର ପ୍ରତି ଦୁର୍ନୀତିର ତଦନ୍ତ ହେବ। 
 

Juel Oram | Argus News