Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ୧୯ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ

Sushanta Sahoo
Browse all articles by Sushanta Sahoo
·1 year ago·1 min read
କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ୧୯ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ଓଡ଼ିଶାକୁ ବଡ଼ ଭେଟି ନେଇ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଚାରି ହଜାର କୋଟିରୁ ଊର୍ଦ୍ଧ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ରହିଛି ୨ ହଜାର ୯୦୫ କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ, ୪୨୭ କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜର ଶିଳାନ୍ୟାସ ।


ଏଥିସହ ୮୪୧ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏହା ମଧ୍ୟରେ ରହିଛି ଭୁବେନେଶ୍ୱର ପୁରୀ-ଜାତୀୟ ରାଜପଥ, ମେରାଇନ୍ ଡ୍ରାଇଭ ରୋଡ୍, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ ସହ କିଛି ୪ ଲେନ ରାସ୍ତାକୁ ୬ ଲେନ୍ କରିବାର କାର୍ଯ୍ୟକ୍ରମ ।


ଏହା ସହ ଚଳିତ ବର୍ଷ ପାଇଁ ଓଡ଼ିଶା ଲାଗି ୯ ହଜାର କୋଟି ଟଙ୍କାର ଅନୁଦାନ ସଭା ମଞ୍ଚରୁ ଘୋଷଣା କରିପାରନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ । ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବେ ନୀତିନ ଗଡ଼କରୀ । ରୋଡ୍ ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା । କଟକରେ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀରେ ହେବେ ସାମିଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister nitin gadkari On One Day odisha visit | Argus News