Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଏଥର ବିଧାନସଭାରେ ବିଜେପି ନମ୍ବର ୱାନ'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
'ଏଥର ବିଧାନସଭାରେ ବିଜେପି ନମ୍ବର ୱାନ'

Key Points

  • ଏଥର ବିଧାନସଭାରେ ବିଜେପି ହେବ ନମ୍ବର ୱାନ
  • ଦମ୍ଭୋକ୍ତି ଦେଖାଇଲେ ଧର୍ମେନ୍ଦ୍ର
  • ବିଜେଡି ନେତାଙ୍କ ବଢିଲା ଚିନ୍ତା
     

ଅର୍ଗସ ବ୍ୟୁରୋ: ଏଥର ବିଜେଡିର ଅକଲ ଗୁଡୁମ କରିଦେବ ବିଜେପି । ଗାଁ ଗାଁକୁ ଯିବ...ଘର ଘରକୁ ଯିବ ଦଳ । କେମିତି ଆଗାମୀ ନିର୍ବାଚନରେ ଦଳ ନମ୍ବର ୱାନ ପୋଜିସନରେ ରହିବ ସେନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୦୦ ଦିନ ବାକି ଥିବା ବେଳେ ବିଜେପିର ଏମିତି ମାଷ୍ଟର ପ୍ଲାନକୁ ନେଇ ଛାନିଆ ହେଲେଣି ବିଜେଡି ନେତା ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏଥର ନିର୍ବାଚନରେ ପାଖାପାଖି ୧୫ରୁ ଅଧିକ ଲୋକସଭାରେ ବିଜେପି ଜିତିବ । ଧର୍ମେନ୍ଦ୍ରଙ୍କ ଏପରି ଦମ୍ଭୋକ୍ତିକୁ ନେଇ ଜାତୀୟଠୁ ରାଜ୍ୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହେବା ପରେ ପୁଣି ଥରେ ବିଧାନସଭା ଆସନକୁ ନେଇ ଧର୍ମେନ୍ଦ୍ର ଯାହା କହିଲେ ବିଜେଡି ନେତାଙ୍କ ନିଦ ହଜାଇ ଦେଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟକୁ ଉପା ସରକାର ବେଳେ ଯେତିକି ଅନୁଦାନ ଆସୁଥିଲା ବର୍ତ୍ତମାନ ମୋଦି ସରକାର ବେଳେ ତାହାର ପ୍ରାୟ ୧୦ ଗୁଣା ଅଧିକା ଅନୁଦାନ ଆସୁଛି । ଖାଲି ଏତିକି ନୁହେଁ ବରଂ ରାଜ୍ୟର ଦାବିଠୁ ଢେର ଅଧିକ ଦେଉଛି କେନ୍ଦ୍ର । ଖଣିଠୁ ଆରମ୍ଭ କରି ପାଣି...ପୁଣି ମହିଳା ନିର୍ଯାତନାଠୁ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ...ଆଦି ଅନେକ ପ୍ରସଙ୍ଗରେ ବିଜେଡି ଅଡୁଆରେ । ଆଉ ଏତିକିବେଳେ ମୋଦିଙ୍କ ଗ୍ୟାରେଣ୍ଟି ସରକାର ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜ ଦଖଲକୁ ନେଉଥିବା ବେଳେ ଓଡ଼ିଶାକୁ ନିଜ ଦଖଲକୁ ନେବ ବିଜେପି । କିଛି ଏମିତି ଦମ୍ଭୋକ୍ତି ନେତାଏ ଦେଖାଇବା ପରେ ଖାସ୍‌ କରି ବିଜେଡି ଶିବିରରେ ପଶିଲାଣି ଛନକା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
General Election 2024 | Argus News