Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - CTTCକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

Odisha

CTTCକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

Rashmita Mishra
Browse all articles by Rashmita Mishra
·1 year ago·1 min read
CTTCକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

Key Points

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ସଫଳ କରିଛି ସିଟିଟିସି

ପ୍ରତିରକ୍ଷାରୁ ନେଇ ଚନ୍ଦ୍ରଯାନ ମିଶନରେ ଦେଖାଇଛି ନିଜ କୌଶଳର କମାଲ

ଆଗାମୀ ଗଗନଯାନ ମିଶନ ପାଇଁ ବି ପ୍ରସ୍ତୁତ ସିଟିଟିସି


ପ୍ରତିରକ୍ଷା ବିଭାଗଠାରୁ ଆରମ୍ଭ କରି ଚନ୍ଦ୍ରଯାନ ପର୍ଯ୍ୟନ୍ତ ସବୁଠି ସଫଳତା ଅର୍ଜ୍ଜନ କରିବା ସହ ବିଭିନ୍ନ ସାମଗ୍ରୀ ଯୋଗାଇଛି ସିଟିଟିସି। ଦେଶରେ ବେକାରୀ ସମସ୍ୟା ହଟାଇବାକୁ କାମ କରୁଛି ଏମଏସଏମଇ ବିଭାଗ। ବିଭିନ୍ନ ଷ୍ଟାର୍ଟଅପ୍ ଯୋଜନା ମାଧ୍ୟମରେ ଯୁବ ବର୍ଗଙ୍କୁ ସଶକ୍ତ ତଥା ଆତ୍ମନିର୍ଭରଶୀଳ କରାଇବାକୁ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବଦୋୟର ବିକାଶରେ ହିଁ ଦେଶର ବିକାଶ ସମ୍ଭବ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜୀତନରାମ ମାନଝୀ।

ଭୁବନେଶ୍ଵର ସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ ସମୟରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ଦେଶର ମହାକାଶ ଅଭିଯାନରେ ସିଟିଟିସିର ଅବଦାନକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ପୂର୍ବର ବହୁ ମିଶନରେ ଏହି ଅନୁଷ୍ଠାନର ଯୋଗଦାନ ରହିଥିବା ବେଳେ ଆଗକୁ ଗଗନ ଯାନ ମିଶନ ପାଇଁ ମଧ୍ୟ ଏଠାରୁ ବିଭିନ୍ନ ପ୍ରକାର ମେସିନାରୀ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟ ସମେତ ବିଦେଶରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ସିଟିଟିସି। ଚଳିତ ବର୍ଷ 38 ହଜାର ଛାତ୍ରଛାତ୍ରୀଙ୍କୁ ଏଠାରେ ଟ୍ରେନିଂ ଦିଆଯାଇଛି। ଓଡ଼ିଶାରେ ଏମଏସଏମଇରେ ଅନେକ କାମ ହେଉଛି। ଭାରତରେ ଯେତେ ରାଜ୍ୟ ଏମଏସଏମଇରେ ଉନ୍ନତ ସେମାନଙ୍କ ମଧ୍ୟରେ ଓଡିଶା ଆଗରେ ରହିଛି । ଏମଏସଏମଇକୁ ଓଡ଼ିଶାରେ ଆହୁରି ବିକଶିତ ଓ ବିସ୍ତାରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜୀତନରାମ ମାଞ୍ଝୀ ପୂର୍ବର ବିଜେଡି ସରକାରଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ନବୀନ ସରକାର ଲୋକଙ୍କ କାମ ନକରି ସବୁବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହୁଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-minister-praises-cttc | Argus News