Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଆ ଲୋକ ପାଉନାହାନ୍ତି, ତାମିଲ ଲୋକ ପାଉଛନ୍ତି

Odisha

ଓଡ଼ିଆ ଲୋକ ପାଉନାହାନ୍ତି, ତାମିଲ ଲୋକ ପାଉଛନ୍ତି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଓଡ଼ିଆ ଲୋକ ପାଉନାହାନ୍ତି, ତାମିଲ ଲୋକ ପାଉଛନ୍ତି

Key Points

  • ଓଡ଼ିଶା ଲୋକ ପାଉନାହାନ୍ତି, ତାମିଲନାଡୁକୁ ଶସ୍ତାରେ ମିଳୁଛି
  • ୨୫ ବର୍ଷର ଶାସନ...କରିଛନ୍ତି କଣ ?
  • କାହିଁକି ଓଡ଼ିଆଙ୍କ ଭାବାବେଗ ସହ ଖେଳୁଛନ୍ତି ସରକାର ?

ଅର୍ଗସ ବ୍ୟୁରୋ : ୨୫ ବର୍ଷର ସରକାର...ଓଡ଼ିଆଙ୍କ ଲାଗି କରିଛି କ'ଣ ? କାହିଁକି ଓଡ଼ିଆଙ୍କ ଲାଗି ଏମିତି ପ୍ରତାରଣାର ରାସ୍ତା ବାଛିଛନ୍ତି ରାଜ୍ୟ ମୁଖିଆ ? କାହିଁକି ଓଡ଼ିଆ ଆଜି ଯାଉଛି ଦାଦନ ? କିଛି ଏମିତି ପ୍ରଶ୍ନ ଏବେ ପ୍ରତିଟି ଓଡ଼ିଆଙ୍କ ମନରେ ରହିଛି । ଖାଲି ଓଡ଼ିଆଙ୍କ ମନରେ ରହିଛି ତାହା ନୁହେଁ ବରଂ ଏନେଇ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରସ୍ତୁତ କରିଛି ଚାର୍ଜଫ୍ରେମ । ସିଏ ପୁଣି ପୃଷ୍ଠାଏ କି ଦୁଇ ପୃଷ୍ଠାର ନୁହେଁ ବରଂ ୬୦ ପୃଷ୍ଠାର । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋର ଧରିଲାଣି ଚର୍ଚ୍ଚା ।

ଭୁନେଶ୍ୱରରେ ଗତକାଲି ଚାର୍ଜସିଟ୍‌ର ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଜ୍ୟ ସଭାପତି ମନମୋହନ ସାମଲ, ୨ ନିର୍ବାଚନ ପ୍ରଭାରୀ। ଚାର୍ଜସିଟ୍ ଉନ୍ମୋଚନ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୂପେନ୍ଦ୍ର ଯାଦବ। କହିଛନ୍ତି କୃଷକ, ମହିଳା, ଯୁବକ, ରୋଜଗାର, ସାଂସ୍କୃତିକ ଗୌରବ କ୍ଷେତ୍ରରେ ଗ୍ରାଫ୍ ଖସୁଛି । ଏହାସହ ୩୫ ପ୍ରତିଶତ ଜଳ ସେଚନ ପ୍ରତିଶ୍ରୁତି ଆଉ କାଳିଆ ଯୋଜନାରେ କାହିଁକି କମୁଛି ହିତାଧିକାରୀଙ୍କ ସଂଖ୍ୟା ତାକୁ ନେଇ ବି ଟାର୍ଗେଟ କରିଛନ୍ତି । 

ଏହାସହ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି, ଶିଶୁ ଅପହରଣ, ଗୃହିଣୀଙ୍କ ଆତ୍ମହତ୍ୟା ବୃଦ୍ଧିକୁ ନେଇ ବିଜେଡିର ମହିଳା ସଶକ୍ତୀକରଣ ନାରାକୁ କଟାକ୍ଷ କରିଛନ୍ତି । ଦାଦନ ସମସ୍ୟା, କଲେଜରେ ଅଧ୍ୟାପକ ପଦବି ଖାଲି, ଗାଁକୁ ରାସ୍ତା ନଥିବା କଥା କହିଛନ୍ତି ଭୂପେନ୍ଦ୍ର । ସବୁଠୁ ଅଧିକ ବର୍ଷିଛନ୍ତି ବିଜୁଳି କେଳେଙ୍କାରୀ ପ୍ରସଙ୍ଗରେ। ଓଡ଼ିଶାରେ ବିଜୁଳି ୟୁନିଟ୍ ପିଛା ୨ ଟଙ୍କା ୮୪ ପଇସାରେ ମିଳୁଥିବା ବେଳେ ଓଡ଼ିଶାର ବିଜୁଳି ତାମିଲନାଡୁକୁ କେମିତି ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ଦିଆଯାଉଛି, ତାକୁ ନେଇ ଟାର୍ଗେଟ କରିଛନ୍ତି। ଖଣି ଓ ପିସି କାରବାର କଥା ବି ଉଲ୍ଲେଖ ହୋଇଛି ଚାର୍ଜସିଟ୍‌ରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲଗାତାର ୨୫ ବର୍ଷ ହେଲାଣି ରାଜ୍ୟ ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ହେଲେ ଅନ୍ୟ ରାଜ୍ୟରେ ବିକାଶର ଗାଡି ଯେମିତି ଘାଏଁ ଘାଏଁ ହୋଇ ଗଡୁଛି ଆମ ରାଜ୍ୟରେ ତାହା ହେଉନାହିଁ । କାରଣ ଏଠିକାର ସରକାର ରାଜ୍ୟ ରାଜସ୍ଵରୁ ନେତାଙ୍କ ଖର୍ଚ୍ଚ କରନ୍ତି । ଏହାସହ ଆଜି ବି ଅନେକ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ । ଏହା ପରେ ବି ଶାସନ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ରହିଛି । ତେଣୁ ଆଗାମୀ ଦିନରେ ଏ ରାଜ୍ୟ ସରକାରକୁ କଡା ଜବାବ ଦେବେ ଓଡ଼ିଶାର ଲୋକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
 

Sponsored
Union Minister | Argus News