Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହୋଦଧି ଦିବସ ପୋଷ୍ଟର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ମହୋଦଧି ଦିବସ ପୋଷ୍ଟର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ:  କେନ୍ଦ୍ରଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥ ତାଙ୍କ ବାସଭବନ ଠାରେ ମହୋଦଧି ଦିବସର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଛନ୍ତି । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ଠାରେ ଡିସେମ୍ବର ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ମହୋଦଧି ଦିବସ ପାଳିତ ହେବ।

ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ଏହି ଦିବସ ଆୟୋଜିତ ହେଉଛି । ଏହି ଦିବସକୁ ଲୋକାଭିମୁଖି  କରିବା ପାଇଁ ଆନ୍ତଃରାଷ୍ଟ୍ରୀୟ ବିଚ୍ ସ୍ପୋର୍ଟସ କାର୍ଣ୍ଣିଭାଲ୍ ୨୦୨୪ ଆୟୋଜିତ ହେବ । ଏଥିପାଇଁ ଏହି ଦିବସର ଅଫିସିଆଲ୍ ପୋଷ୍ଟରକୁ କେନ୍ଦ୍ରୀୟ ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୃଦୁଳା ପ୍ରଧାନ ତାଙ୍କ  ତ୍ରିମୂର୍ତ୍ତି ମାର୍ଗର ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଠାରେ ଉନ୍ମୋଚନ କରିଛନ୍ତି ।

ଏହି ଉନ୍ମୋଚନ ପର୍ବରରେ ମହୋଦଧି ଉତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର,ପଣ୍ଡିତ ମହେଶ ସାହୁ, କୃଷ୍ଣଚନ୍ଦ୍ର ଦାଶ,ସତ୍ୟ ରଞ୍ଜନ ଦାଶ  ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧୦ ଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେବେ । ଇଣ୍ଡୋ ଶ୍ରୀଲଙ୍କା ଲଇଫ୍ ସେଭିଂ ସ୍ପୋର୍ଟସ ଚମ୍ପିୟନସିପ  ମୁଖ୍ୟ ଆକର୍ଷଣ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ପୁରୀ ଠାରେ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister releases poster for seabeach Day | Argus News