'ନୂଆଁଖାଇ ସମସ୍ତଙ୍କ ପାଇଁ ଆଶା ଓ ସମ୍ଭାବନା ଆଣିଦେଉ'

Key Points
• ମନ୍ତ୍ରୀ, ବିଧାୟକ, ବିଶିଷ୍ଟ ସାମ୍ବାଦିକ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କଲେ
• ଆତ୍ମୀୟତା, ଚାଷୀ ଓ ଚାଷର ଉନ୍ନତି ଏବଂ ସାଂସ୍କୃତିକ ସମାହାରର ପର୍ବ ନୂଆଁଖାଇ • କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ରେ ନବାନ୍ନର ସ୍ୱତନ୍ତ୍ରତା ରହିଛି
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ‘ନୂଆଁଖାଇ’ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ମନ୍ଦିର ପରିସରରେ ନବାନ୍ନ ଗ୍ରହଣ କରିଛନ୍ତି ।
ଜୟ ମା’ ସମଲେଇ 🙏
— Dharmendra Pradhan (@dpradhanbjp) August 28, 2025
‘ନୂଆଁଖାଇ’ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ମୋର ସୌଭାଗ୍ୟ । ଆତ୍ମୀୟତା, ଚାଷୀ ଓ ଚାଷର ଉନ୍ନତି ଏବଂ ସାସ୍କୃତିକ ସମାହାରର ପର୍ବ ନୂଆଁଖାଇ । ଏହି ବିଶେଷ ଉତ୍ସବ ସମାଜରେ କରୁଣା, ଭାଇଚାରା ଓ ସୌହାର୍ଦ୍ଦ୍ୟ ଭାବନା ତିଆରି କରୁ, ଏହା ମା’ଙ୍କ ପାଖରେ ପ୍ରାର୍ଥନା । pic.twitter.com/RHYRqi80ph
ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ‘ନୂଆଁଖାଇ’ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ମୋର ସୌଭାଗ୍ୟ । ଆତ୍ମୀୟତା, ଚାଷୀ ଓ ଚାଷର ଉନ୍ନତି ଏବଂ ସାଂସ୍କୃତିକ ସମାହାରର ପର୍ବ ନୂଆଁଖାଇ ।
📱 Get Argus News App
✨ମା’ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ମନ୍ତ୍ରୀ @sureshkpujari, ବିଧାୟକ @jnarayanmishra, ରାଜ୍ୟ ବାହାରୁ ଆସିଥିବା ଗଣମାଧ୍ୟମର ବନ୍ଧୁ ଏବଂ ସାମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିବାର ସୌଭାଗ୍ୟ ଲାଭ କଲି । ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ରେ ନବାନ୍ନର ସ୍ୱତନ୍ତ୍ରତା ରହିଛି ।… pic.twitter.com/bguh4cmTnB
— Dharmendra Pradhan (@dpradhanbjp) August 28, 2025
ଆଜି ଭଳି ଦିନରେ ମା’ସମଲେଇଙ୍କ ମନ୍ଦିର ପରିସରରେ ଦଳୀୟ ମନ୍ତ୍ରୀ, ବିଧାୟକ, ରାଜ୍ୟ ବାହାରୁ ଆସିଥିବା ଗଣମାଧ୍ୟମର ବନ୍ଧୁ ଏବଂ ସାମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିବାର ସୌଭାଗ୍ୟ ଲାଭ କଲି । କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ନୂଆଁଖାଇ ସମସ୍ତଙ୍କ ପାଇଁ ଆଶା ଓ ସମ୍ଭାବନା ଆଣିଦେଉ । ଏହି ବିଶେଷ ଉତ୍ସବ ସମାଜରେ କରୁଣା, ଭାଇଚାରା ଓ ସୌହାର୍ଦ୍ଦ୍ୟଭାବ ଭାବନା ତିଆରି କରୁ, ଏହା ମା’ଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ସାଥୀରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଦିଲ୍ଲୀ ଏବଂ ବାହାରୁ ଆସିଥିବା ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରମୁଖ ବ୍ୟକ୍ତିବିଶେଷମାନେ ନବାନ୍ନ ଗ୍ରହଣ କରିଥିଲେ ।